ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷାଦିନ ଥିବାରୁ ମଶାଧୂଆଁ ଛାଡିବା ସମ୍ଭବପର ହେଉନଥିଲେ ହେଁ ବିଏମସି ପକ୍ଷରୁ ନିୟମିତ ବୁସକଟିଂ ଓ ସାପ୍ତାହିକ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି । ଏଣୁ ଲୋକେ ଆତଙ୍କିତ ନହୋଇ ମଶା ବଂଶ ଲୋପ ଦିଗରେ ଯତ୍ନବାନ ହେଲେ ଡେଙ୍ଗୁକୁ ରୋକାଯାଇପାରିବ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ଷା ଦିନ ପୂର୍ବରୁ ଡେଙ୍ଗୁ ସଚେତନତା ପାଇଁ ବିଏମ୍ସି ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉ ଥିଲେ ମଧ୍ୟ ସବୁ ଏବେ ଫେଲ ମାରିଛି।