ସୁଦୂର ଅନୁଗୁଳରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ରାଜଧାନୀରେ ପରିବା ବଜାରରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି। ଚାଷୀକୁ ଉଚିତ ପାରିଶ୍ରମିକ ମିଳୁନଥିବା ବେଳେ ବ୍ୟବସାୟୀ ମାନେ ଚଢା ଦରରେ ବାଇଗଣ ବିକ୍ରି କରୁଥିବା ଗ୍ରାହକ କହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ବାଇଗଣର ଅଭାବୀ ବିକ୍ରି ହେଉଛି ସେଠାରେ ଉପଯୁକ୍ତ ବଜାର ସହିତ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହେବା ସହିତ ବ୍ୟବସାୟୀ ଏବଂ ଗ୍ରାହକ ମାନେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ବ୍ୟବସାୟୀ ମାନେ କହିଛନ୍ତି।
ଗୋଟିଏ ପଟେ ଚାଷୀଙ୍କୁ ଉଚିତ ମୂଲ୍ୟ ଯୋଗାଇବା ସହିତ ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଖୋଲିବାକୁ ସରକାରୀ କାଗଜ କଲମରେ ଯୋଜନା ହେଉଛି। ତେବେ ଏସବୁ ସେହି କାଗଜ କଲମରେ ସୀମିତ ରହୁଥିବା ବେଳେ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ସାଧାରଣରେ ମତ ପ୍ରକାଶ ପାଇଛି।