ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ । କିଛି କ୍ଷେତ୍ରରେ ଗୋଟିଏ ଗୋଟିଏ ମୃତଦେହ ଲାଗି ଏକାଧିକ ଦାବିଦାର ବାହାରୁଛନ୍ତି । ଯେଉଁଥିପାଇଁ ଆରମ୍ଭ ହୋଇଛି ସମ୍ପର୍କୀୟଙ୍କର ଡିଏନଏ ନମୁନା ସଂଗ୍ରହ । ଭୁବନେଶ୍ବର ଏମ୍ସରେ ଏଯାଏଁ ୫୦ ଜଣଙ୍କ ଠାରୁ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଛି । ଯାହା ମଧ୍ୟରୁ ୨୯ଟି ସାମ୍ପଲକୁ ପରୀକ୍ଷଣ ପାଇଁ ଦିଲ୍ଲୀ ପଠାଯାଇଛି । ମୃତଶରୀର ଚିହ୍ନଟରେ ସମସ୍ୟା ସୃଷ୍ଟି ହେଲେ ଶେଷ ବିକଳ୍ପ ଡିଏନଏ ଟେଷ୍ଟ । ଶରୀର ଚୁଟି ଠାରୁ ନଖ ଯାଏଁ ଯେକୌଣସି ସ୍ଥାନରୁ ନମୁନା ନେଇ କରାଯାଇପାରିବ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ ମାଧ୍ୟମରେ ଶତ ପ୍ରତିଶତ ପ୍ରମାଣିତ କରାଯାଇପାରିବ ।
ସେପଟେ ପରିବାର ଲୋକ ଗୋଟିଏ ମୃତଦେହ ଚିହ୍ନଟ କରୁଥିବା ବେଳେ ସେମାନଙ୍କୁ ଆଉ ଗୋଟିଏ ମୃତଦେହ ଦେଖାଯାଉଥିବାର ଅଭିଯୋଗ ହୋଇଛି । କଲିକତାରୁ ଆସିଥିବା ସବିଲା ମୂଲା କିଛି ଏଭଳି ଅଭିଯୋଗ କରିଛନ୍ତି । ସେ ମୁସଲିମ୍ ହୋଇଥିବା ବେଳେ ତାଙ୍କୁ ଜଣେ ହିନ୍ଦୁଙ୍କ ମୃତଦେହ ଦେଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ଆହୁରି ପଢନ୍ତୁ ଓଡିଶା ଖବର...