ବାରବାଟି ଜାଗା ସମ୍ମୁଖରେ ଅତି ନିକଟରୁ କୃଷ୍ଣ ପଢିଆରୀଙ୍କୁ ହତ୍ୟା କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହା ଜମି ବିବାଦର କାରଣ ବୋଲି କୁହାଯାଉଥିଲା। କିନ୍ତୁ ହତ୍ୟା ଅଭିଯୁକ୍ତ ତାଲିକାରେ, ଗୁନ ସିଂହାରୀ ଭାଇଙ୍କ ନାଁ ଉଠିବା ପରେ ଏହାକୁ ଗୁନ ହତ୍ୟାକାଣ୍ଡ ସହ ଯୋଡି ତଦନ୍ତ କରାଗଲା।ଏହି ଘଟଣାରେ ମୋଟ ୯ ଜଣ ଅଭିଯୁକ୍ତଙ୍କ ନାମରେ FIR ଦାୟର ହୋଇଥିଲା।
ଆଜି ଗିରଫ ହୋଇଥିବା ୨ ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ସିଂହାରୀ। ଉଭୟ ବାପ ପୁଅ ଏହି ଘଟଣାର ରୂପ ଦେବାକୁ କାଳୁ ପାଣିଗ୍ରାହୀ ନାମକ ଅଭିଯୁକ୍ତଙ୍କ ସାହାରା ନେଲେ। ପୁରୀ ସଦର ଅଞ୍ଚଳର ମୁନ୍ନା ପାତ୍ର ଘଟଣାକୁ ଅନ୍ତିମ ରୂପ ଦେବାକୁ ବନ୍ଧୁକ ଯୋଗାଇ ଦେଇଥିଲେ ବୋଲି ଏସପି କହିଛନ୍ତି।
ଏହି ଘଟଣାରେ ଦୁଇ ମୁଖ୍ୟ ଷଡଯନ୍ତକାରୀଙ୍କ ସମେତ ୬ ଜଣ ଗିରଫ ହୋଇଛନ୍ତି। ଏହା ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ବୋଲି ଜଳଜଳ ଦିଶୁଥିଲେ ବି ଏସ୍ପି ତଦନ୍ତ ପୂର୍ବରୁ ସେ ସମ୍ପର୍କରେ କହିବା ଠିକ୍ ହେବନି ବୋଲି କହିଛନ୍ତି।
ବିଜେଡି କାଉନସିଲର ତଥା ସିଂହାରୀ ସେବାୟତ ତଳୁଛ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀଙ୍କୁ ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ କୃଷ୍ଣଚନ୍ଦ୍ରଙ୍କ ନାଁ ଉଠିଥିଲ। କିନ୍ତୁ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଏହି ହତ୍ୟାକାଣ୍ଡରେ ପ୍ରମାଣ ଅଭାବରୁ ସମସ୍ତ ଦୋଷୀଙ୍କ ସମେତ କୃଷ୍ଣଚନ୍ଦ୍ର ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।