ଅର୍ଗସ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରରେ ଡଙ୍ଗା ଓଲଟିବା ଘଟଣାରେ ଡଙ୍ଗା ବୁଡ଼ିରେ ୭ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୩ ଶିଶୁଙ୍କ ସହ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ଗତକାଲି ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରର ରେଙ୍ଗାଲୀ ଥାନା ଶରଧା ଘାଟରୁ ଅଳ୍ପ ଦୂରରେ ଏକ ଯାତ୍ରୀବାହୀ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡଙ୍ଗାରେ ଥିବା ପ୍ରାୟ ୪୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।
ଅର୍ଗସ ବ୍ୟୁରୋ : ୫୯ ବର୍ଷରେ ବି ବେଶ ଫିଟ୍ ଏବଂ ସ୍ମାର୍ଟ ଲାଗନ୍ତି ବଲିଉଡ ଅଭିନେତା ଅମୀର ଖାନ । ନିଜ ଫିଟ ଚେହେରା ପାଇଁ ସେ ଅନେକଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଯେଉଁ ବୟସରେ ସାଧାରଣତଃ ମଣିଷ ଥକ୍କାପଣ ଅବସ୍ଥାକୁ ଚାଲିଆସେ, ସେହି ବୟସରେ ସେ ଅନ୍ୟ କୌଣସି ୟଙ୍ଗ ହିରୋଙ୍କ ଠାରୁ ମଧ୍ୟ କମ ଲାଗନ୍ତିନି ଅମୀର । ତେବେ ଗତ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋ ରେ ନିଜ ଫିଟନେସର ରାଜ ଖୋଲିଥିଲେ ଅମୀର ଖାନ ।
ଅଧିକ ପଢନ୍ତୁ : ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ
ସେ କହିଥିଲେ ନିଜକୁ ଫିଟ ରଖିବା ପାଇଁ ସେ କିଛି କରନ୍ତିନି । ଜିମ କି ବ୍ୟାୟାମ କରନ୍ତିନି ଅମିର । କୌଣସି ବିଶେଷ କ୍ରିମ ମଧ୍ୟ ବ୍ୟବହାର କରନ୍ତିନି। ତାଙ୍କ ଜିନ ଯୋଗୁଁ ହିଁ ସେ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । ତାଙ୍କ ବାପା ବି ସେପରି ଥିଲେ । ତେଣୁ ତାଙ୍କୁ ସୁସ୍ଥ ରହିବା ପାଇଁ ବିଶେଷ କିଛି କରିବାକୁ ପଡେନି ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ସିରିଜ ଦୁର୍ଘଟଣା । ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଦୁଇଟି ଅଟୋ, ଗୋଟିଏ କାର ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଲା ମଦ୍ୟପ ଡ୍ରାଇଭର । ଆପୋଲୋ ହସ୍ପିଟାଲ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୁର୍ଘଟଣା ପରେ ଗାଡିକୁ ଅଟକାଇ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ । ଡ୍ରାଇଭର ପ୍ରଚୁର ମଦ ପିଇ ଗାଡି ଚଲାଉଥିବା ନେଇ ଅଭିଯୋଗ । ଏହା ସହ ଗାଡିଟି ଜଣେ ଡାକ୍ତରଙ୍କର ହୋଇଥିବା ନେଇ ମିଳିଛି ସୂଚନା । ଆହତ ୪ ଜଣଙ୍କୁ ହସ୍ପିଟାଲ ନିଆଯାଇଛି ।