ଛାତ୍ରୀମାନେ ଚାଲିଯାଇଥିବା ଖବର ଶୁଣି ଅବିଭାବକ ସହ ସ୍ଥାନୀୟ ବାସିନ୍ଦା ହଷ୍ଟେଲକୁ ଆଶି ହଷ୍ଟେଲ କର୍ତ୍ତୁପକ୍ଷଙ୍କ ସହ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାୟଗଡା: ନିମ୍ନମାନର ଖାଦ୍ୟ ଯୋଗୁଁ ହଷ୍ଟେଲ ଛାଡିଲେ ୭ ଜଣ ଛାତ୍ରୀ l ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ କୁଟାମା ଆବାସିକ ଛାତ୍ରୀନିବାସ ଠାରେ l ଦିର୍ଘଦିନକୁ ଛାତ୍ରୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଘଟଣାକୁ ନେଇ ଆଜି ଚନ୍ଦ୍ରପୁର ବ୍ଲକ କୁଟାମା ଛାତ୍ରୀ ନିବାସର 7 ଜଣ ଛାତ୍ରୀ କୁଆଡେ ଚାଲିଯାଇଥିବା ଜଣାପଡିଛି l
ଛାତ୍ରୀମାନେ ଚାଲିଯାଇଥିବା ଖବର ଶୁଣି ଅବିଭାବକ ସହ ସ୍ଥାନୀୟ ବାସିନ୍ଦା ହଷ୍ଟେଲକୁ ଆଶି ହଷ୍ଟେଲ କର୍ତ୍ତୁପକ୍ଷଙ୍କ ସହ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ମାନେ ଏପ୍ରିଲ ୩୦ ତାରିଖ ହେଉଛି ଭାରତୀୟ ଷ୍ଟାର କ୍ୟାପଟେନ ରୋହିତ ଶର୍ମାଙ୍କ ଜନ୍ମଦିନ। ଆଜି ରୋହିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ହିଟମ୍ୟାନ ରୋହିତ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଫ୍ୟାନଙ୍କ ହୃଦୟରେ ରାଜ କରୁଛନ୍ତି। କିନ୍ତୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ ଟିମରେ ସାଧାରଣ ପ୍ଲେୟର ଭାବେ ମ୍ୟାଚ ଖେଳୁଛନ୍ତି। କାରଣ ତାଙ୍କ କ୍ୟାପଟେନ୍ସି ପଦ ଛଡ଼ାଇ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏଥିପାଇଁ ଭାରତୀୟ ଫ୍ୟାନ ଫଲୋର୍ସ ଖପ୍ପା।
କାରଣ ଲୋକେ ରୋହିତଙ୍କୁ ଭରସା କରିବା ସହ ରୋହିତଙ୍କ ସ୍ଥାନକୁ ବହୁତ ଉପରେ ରଖିଛନ୍ତି। ଲୋକେ ଚାହୁଁଛନ୍ତି ରୋହିତ ପୁଣିଥରେ MIର କ୍ୟାପଟେନ ହୁଅନ୍ତୁ।
ତେବେ ଆଜି ଚାଲନ୍ତୁ ଜାଣିବା କିଛି ହିଟମାନଙ୍କ ବିଷୟରେ କିଛି ଅଜଣା କଥା। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଓ୍ବାନଡେ କ୍ରିକେଟରେ ୩ଥର ଦ୍ବିଶତକ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ଓ୍ବାନଡେ କ୍ରିକେଟରେ ଏକ ମ୍ୟାଚରେ ୨୬୪ ରନ କରି ବିଶ୍ବ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ପିଲାବେଳୁ ଜଣେ ବୋଲର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଚ ଦିନେଶ ଲାଡ ତାଙ୍କୁ ବ୍ୟାଟ୍ସମ୍ୟାନ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଭାଗ୍ୟ ସତେ ଯେମିତି ବଦଳି ଯାଇଥିଲା। ରୋହିତ ଏମିତି ଜଣେ ପ୍ଲେୟର ଯିଏ ଷ୍ଟାଡିୟମରେ ଛିଡ଼ା ହୋଇ ବଡ଼ ବଡ଼ ଛକା ମାରି ଫ୍ୟାନଙ୍କୁ ଖୁସି କରିଦିଅନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ବୌଦ୍ଧ: ନାରାୟଣପୁରର ଟେକମେଟ ଓ କାକ୍କୁର ଜଙ୍ଗଲରେ ଏନକାଉଣ୍ଟର । ଟଳିଲେ 7 ହାର୍ଡକୋର ମାଓବାଦୀ ।
ଏନକାଉଣ୍ଟରରେ 2 ମହିଳା ମାଓବାଦୀଙ୍କ ସମେତ 7 ହାର୍ଡକୋର ମାଓବାଦୀ ମୃତ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୋଟିଏ AK 47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର