ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମମନପୁର ଛକ ରେ ଏକ ଟ୍ରକ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଟ୍ରକ ରେ ଥିବା ଧାନ ବସ୍ତା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ମାଡିବସିଥିଲା ପୋଲିସ କିନ୍ତୁ ଜଣେ ଖସି ଯିବାରେ ସଫଳ ହୋଇଥିଲେ । ପୋଲିସ ଟ୍ରକ କୁ ଜବତ କରିବା ସହ ମଧ୍ୟପ୍ରଦେଶ ରାଜ୍ୟର ହନୁମାନ ଥାନା ଅଞ୍ଚଳ ର ରାମଡିଲଭର ହରିଜନ ଅନ୍ୟଜଣେ ହେଲେ ଦିନେସ ୟାଦବାସୀ ଗିରଫ କରିଛି । ଜବତ ଗଞ୍ଜେଇ ର ଓଜନ ପ୍ରାୟ ୭୭୦କେଜି ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ହଜାର ହେବ । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲାରେ ଆଜି ପଯ୍ୟନ୍ତ NDPS ସ୍ପେଶାଲ ଡ୍ରାଇଭ କରି ପ୍ରାୟ ୧୧ଯାହାର କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪୧ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କଲାଣି ପୋଲିସ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବୌଦ୍ଧ SDPO ।
ଅଧିକ ପଢନ୍ତୁ ଓଡିଶା ଖବର