Dot FEST Bhubaneswar | ଅରୁଣୀତାଙ୍କ ସ୍ଵରର ଯାଦୁରେ ଝୁମିଲେ ଦର୍ଶକ
ବାଣ ବିସ୍ଫୋରଣରେ ୯ ପିଲା ଗୁରୁତର

ଯାଜପୁର: ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମଧୁବନ ମିର୍ଜାପୁର ଗ୍ରାମରେ ଅଫୁଟା ବାଣରେ ନିଆଁ ଲଗାଇ 9 ପିଲା ପୋଡି ହୋଇ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଜଣାପଡ଼ିଛି ।
ସମସ୍ତ ପିଲାମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା ପରେ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ପିଲାମାନେ ଘରପାଖରେ ପଡିଥିବା ଅଫୁଟା ବାଣ ଗୋଟେଇ ନିଆଁ ଲଗାଉଥିଲେ । ହଠାତ ବାଣ ବିସ୍ଫୋରଣ ହେବାରୁ ସମସ୍ତ ପିଲାମାନେ ଗୁରୁତର ହୋଇଥିଲେ ।
Download Argus News App
