ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି । ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବରଗଡ : ବରଗଡ ଜିଲ୍ଲା ବରପାଲି ୟୁ ଜି ବି ବ୍ୟାଙ୍କ ରୁ ମହିଳା ପୋଷାକ ରେ ଆସି ୯ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଅପରାହ୍ନ ୩ଟା ପାଖାପାଖିରେ ବ୍ୟାଙ୍କ କତୃପକ୍ଷ ଖାଇବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶିଥିଲେ ଏବଂ ତାହା ମଧ୍ୟରୁ ଜଣେ ମହିଳା ପୋଷାକ ପିନ୍ଧି ଥିବା ଆଲୋଚନା ହେଉଛି।
ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି । ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମହୁ ଏବଂ ଲେମ୍ୱୁ ମିଶେଇକି ପିଉଛନ୍ତି କି। ଜାଣି ରଖନ୍ତୁ କିଛି ଅଜଣା କଥା। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ ଉତ୍ସ ଏବଂ ମହୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ। ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ଖାଲି ପେଟରେ ଏସବୁ ପିଇଲେ ଓଜନ ହ୍ରାସ ହେବା ଦ୍ୱାରା ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ।
ଆପଣ ଜାଣିଛନ୍ତି କି ସମସ୍ତେ ଲେମ୍ବୁ ଏବଂ ମହୁ ବ୍ୟବହାର କରିପାରିବେ ନାହିଁ। ଲେମ୍ବୁ ଏବଂ ମହୁର ମିଶ୍ରଣ ଆମ ପେଟର ଚର୍ବିକୁ ବର୍ଣ୍ଣିଂ କରିବାରେ ସାହାଯ୍ୟ କରେ। ଏହା ଆମ ଯକୃତକୁ ମଧ୍ୟ ଡିଟକ୍ସ କରିଥାଏ। ଏହାସହ ଶରୀରରେ ବ୍ଲୋଟିଂଠାରୁ ମଧ୍ୟ ମୁକ୍ତି ଦେଇଥାଏ।
ଏହାକୁ ବ୍ୟବହାର କରିବା ପୂର୍ବରୁ ମନେରଖନ୍ତୁ ଯେ ପାଣି ଅତ୍ୟଧିକ ଗରମ ନହେବା ଉଚିତ୍। ସବୁବେଳେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ମହୁ ଅତ୍ୟଧିକ ଗରମ ପାଣିରେ ମିଶିଲେ ଏହା ବିଷ ହୋଇଯାଏ। ଏକ ଚାମଚରୁ ଅଧିକ ମହୁ ବ୍ୟବହାର କରିବା ଅନୁଚିତ। ଯଦି ଆପଣଙ୍କର ଦୁର୍ବଳ ହାଡ, ଦୁର୍ବଳ ଦାନ୍ତ, ପାଟି ଘା ’ଇତ୍ୟାଦିରେ ସମସ୍ୟାର ସମ୍ମୁଖିନ କରୁଛନ୍ତି, ତେବେ ଆପଣ ଲେମ୍ବୁ ଏବଂ ମହୁ ମିଶ୍ରଣକୁ ଖାଇବା ଉଚିତ୍ ନୁହେଁ। ନଚେତ୍ ସମସ୍ୟାରେ ପଡିପାରନ୍ତି। ତେବେ ସତର୍କ ରହି ସମସ୍ତ ଜିନିଷ ଉପରେ ଅଧ୍ୟୟନ କରି ତାକୁ ବ୍ୟବହାର କରନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ନୂଆଦିଲ୍ଲୀ: ଲଣ୍ଡନରେ ଆପ୍ ର ନେତା ବା ସାଂସଦ ରାଘବ ଚଡ୍ଡା ଙ୍କ ଆଖିର କରାଗଲା ସର୍ଜରୀ । ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ପରିଣିତି ଚୋପ୍ରା ଥିବା ନେଇ ସୂଚନା।
ରିପୋର୍ଟସ ଅନୁସାରେ ରାଘବ ଚଡ୍ଡା ଗତ କିଛି ଦିନ ହେବ ଆଖି ସହ ଜଡିତ ଗମ୍ଭୀର ସମସ୍ୟା ଦେଇ ଗତି କରୁଥିଲେ। ତେବେ ଯନ୍ତ୍ରଣା ଏତେ ହେଲା ଯେ ଆଖି ସର୍ଜରୀ କରିବା ପାଇଁ ୟୁକେ ଯିବାକୁ ପଡିଲା। ବର୍ତ୍ତମାନ ରାଘବଙ୍କ ଅଖିର ଅପରେଶନ ସଫଳ ହୋଇଛି। କୁହାଯାଉଛି ଯେ ଆଖି ଅପରେଶନ ପାଇଁ ଗତ ମାସରୁ ଲଣ୍ଡନ ଯାଇଛନ୍ତି ରାଘବ ଚଡ୍ଡା। ରାଘବ ବର୍ତ୍ତମାନ ସୁସ୍ଥ ଥିବା ସୂଚନା। ଡାକ୍ତରଙ୍କ ଅନୁମତି ପାଇଲେ ଭାରତ ଫେରିବ। ଆମ୍ ଆଦମୀ ପାର୍ଟିର ସୂଚନାନୁଯାୟୀ, ରାଘବ ଚଡ୍ଡା ଆଖିର 'ରେଟିନା ଡିଟେଚମେଣ୍ଟ' କୁ ରୋକିବା ପାଇଁ ବ୍ରିଟେନରେ 'ବିଟ୍ରେକ୍ଟୋମୀ ସର୍ଜରୀ' କରାଇଛନ୍ତି।
ରେଟିନଳ ଡିଟେଚମେଣ୍ଟ କଣ ?
ରେଟିନଳ ଡିଟେଚମେଣ୍ଟ ଏକ ଏପରି ସ୍ଥିତି ଯାହା ଆଖିର ପଛପଟେ ଥିବା ସୂକ୍ଷ୍ମ ଟିସୁ ଏହାର ସାଧାରଣ ସ୍ଥିତିରୁ ଅଲଗା ହୋଇଥାଏ । ଯେଉଁଥିରେ ଆଖିର ଜ୍ୟୋତି ଚାଲିଯାଇଥାଏ। ଯଦି ଠିକ୍ ସମୟରେ ଏହାର ଚିକିତ୍ସା ନକରାଯାଏ ତେବେ ଛୋଟ ଛିଦ୍ର ଖୁବ୍ ଶୀଘ୍ର ବଡ ହୋଇଯାଇଥାଏ। ଯେଉଁ ପାଇଁ ବ୍ୟକ୍ତି ଅନ୍ଧ ହୋଇଯାଇଥାଏ। ସର୍ଜରୀ ସମୟରେ ଡାକ୍ତର ବିଟ୍ରିୟସ କୁ ହଟାଇ ଦିଅନ୍ତି। ବିଟ୍ରିୟସ ଏକ ଜେଲ ପରି ହୋଇଥାଏ। ଯାହା ଆଖି ଏବଂ ରେଟିନ୍ ମଧ୍ୟରେ ଥିବା ଦୂରତାକୁ ପୂରଣ କରିଥାଏ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର