ଘର
ଓଡ଼ିଶା
ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର
ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର
by Banajyotshna Ray
Anugul
| Mon, Aug 26 | 7:53 p.m.
- ଜନ୍ମାଷ୍ଟମୀରେ ଅନୁଗୋଳ ଜିଲ୍ଲାକୁ 94.83 କୋଟି ଟଙ୍କାର ଉପହାର
- ଆଠମଲ୍ଲିକ ବ୍ଲକ ବନମାଳିପୁର ଆଦର୍ଶ ବିଦ୍ୟାଳୟର ନୂତନ ଭବନ
- ନୂତନ ଭବନ ଓ ଛାତ୍ରୀନିବାସର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
- କହିଲେ, ଶିକ୍ଷାର ପରମ୍ପରାକୁ ଆଗକୁ ବଢ଼ାଇବାକୁ ସ୍କୁଲଗୁଡ଼ିକ ନେବେ ଭୂମିକା
ଅର୍ଗସ ବ୍ୟୁରୋ: ଶିକ୍ଷା, ସ୍ବାସ୍ଥ୍ୟ ଓ ସଡ଼କପଥ ଭିତ୍ତିକ 94.83 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକ ଅଞ୍ଚଳ ବେଶ୍ ସମୃଦ୍ଧ, ଏହାର ବଡ଼ ଇତିହାସ ରହିଛି । ସ୍କୁଲଗୁଡ଼ିକ ସେଣ୍ଟର ଅଫ୍ ଏକ୍ସଲେନ୍ସ କରାଯିବା ନେଇ ପଦକ୍ଷେପ ନିଆଯିବ । ଶିକ୍ଷାର ପରମ୍ପରାକୁ ଆଗକୁ ବଢ଼ାଇବାକୁ ସ୍କୁଲଗୁଡ଼ିକ ଭୂମିକା ନେବେ । ଆଠମଲ୍ଲିକ ଅଞ୍ଚଳର ଚାଷୀକୁ ଆହୁରି ଉନ୍ନତ କରିବାକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଯୋଗ ଦେଇଥିଲେ ।
ଏହାସହ ଆଠମଲ୍ଲିକ ଏସଡିଏଚରେ 50 ଶଯ୍ୟା ବିଶିଷ୍ଟ ଆଇପିଡ଼ି ଏବଂ ଓପିଡି କମ୍ପଲେକ୍ସର ଉଦଘାଟନ ହୋଇଛି । ଧଡରପାଳ ନଳା ଉପରେ ବ୍ରିଜ୍ ଓ ଓରେଡାରୁ କଦଳିଗଡ଼ ପର୍ଯ୍ୟନ୍ତ ରାସ୍ତାକାମର ଲୋକାର୍ପଣ ହୋଇଛି । ଆଠମଲ୍ଲିକ ଯିବା ସମୟରେ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ-55 ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନରେ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟ ଏବଂ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟ ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଠମଲ୍ଲିକ କିଶୋରନଗର ଧଉରାପାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହାସହ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ଜନ୍ମସ୍ଥାନ ତାଳଚେର ବ୍ଲକ ଗୁରୁଜାଙ୍ଗରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜନ୍ମାଷ୍ଟମୀ ଅବସରରେ ଅନୁଗୋଳ ତୁକୁଡ଼ା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କ ବେଶ ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମିଶିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: