ପ୍ରଶ୍ନ ଉଠୁଛି ଯେ ଏହା କ'ଣ ସମ୍ପୃକ୍ତ ରାଜ୍ୟସଭା ସାଂସଦଙ୍କର ନିଜସ୍ୱ ମତ ନା ବିଜେଡି ମୁଖିଆ ନବୀନ ବାବୁଙ୍କର ମଧ୍ୟ ଏହି ମତରେ ସହମତି ଅଛି ? ଯଦି ସହମତି ନାହିଁ ତାହେଲେ ନବୀନ ବାବୁ ଚୁପ କାହିଁକି ? କିଛି ଦିନ ତଳେ ଆଉ ଜଣେ ବିଜେଡି ରାଜ୍ୟସଭା ସାଂସଦ କାଳଜୟୀ ଓଡ଼ିଆ ପ୍ରାର୍ଥନା ଆହେ ଦୟା ମୟ ବିଶ୍ୱ ବିହାରୀକୁ ମଧ୍ୟ୍ୟ କଦର୍ଥ କରିଥିଲେ । ସେତେବେଳେ ମଧ୍ୟ ନବୀନ ବାବୁ ପାଟି ଖୋଲିଲେ ନାହିଁ । ନବୀନ ବାବୁ କଣ ତାଙ୍କ ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦେଶ ଦେଇଛନ୍ତି କି ଓଡିଆଙ୍କ ସ୍ୱାଭିମାନକୁ ଅପମାନିତ କରିବା ପାଇଁ ?
ଆଗରୁ ବିଜେଡି ଶାସନରେ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଭାରେ ବାରମ୍ବାର ବିଦ୍ୟୁତ କାଟ୍ କରାଯାଇଥିଲା । ଏବେ ପୁଣି ରାଜ୍ୟସଭାରେ ଅପମାନିତ ପାଇଁ ଅପଚେଷ୍ଟା । ଏସବୁ ଗୋଟିଏ ରାଜନୈତିକ ଦଳର ଆଦର୍ଶ ଲକ୍ଷଣ ନୁହେଁ ବୋଲି ପ୍ରେସ ମିଟ୍ କରି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।