ରିପୋର୍ଟ ମୁତାବକ ଗତ ଜୁନ ମାସରେ ଉଭୟ ଦେଶ ମଧ୍ୟରେ ଏହି ଭିସା ସମ୍ବନ୍ଧୀୟ ଦ୍ବିପାକ୍ଷିକ ବୁଝାମଣା ହୋଇଥିଲା । ୨୦୨୩ ଅଗଷ୍ଟରେ ଋଷ ଦ୍ବାରା ଇ-ଭିସାର ଆରମ୍ଭ କରାଯାଇଥିଲା । ଯେଉଁ ପ୍ରକ୍ରିୟା ପୁରା ହେବାପାଇଁ ପାଖାପାଖି ୪ ଦିନ ସମୟ ଲାଗୁଥିଲା । ତେବେ ଋଷ ତରଫରୁ ଯେତେ ଇ ଭିସା ଜାରି କରାଯାଇଥିଲା ସେଥିରେ ଥିବା ୫ଟି ଶ୍ରେଷ୍ଠ ଦେଶ ମଧ୍ୟରୁ ଭାରତର ନାଁ ମଧ୍ୟ ସାମିଲ ଥିଲା । ଏଥିପାଇଁ ଭାରତୀୟଙ୍କୁ ଋଷ ପକ୍ଷରୁ ୯ ହଜାର ୫୦୦ ଇ ଭିସା ଦେଇଥିଲେ ।କିନ୍ତୁ ବର୍ତ୍ତମାନ ଯଦି ଆପଣ ଋଷ ବୁଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଢଷ ଦୂତବାସ ପକ୍ଷରୁ ଜାରି କରାଯାଇଥଇବା ଭିସା ନେବାକୁ ପଡିବ, ଯାହାର ପ୍ରକ୍ରିୟା ଖୁବ ଲମ୍ବା ସମୟ ଧରି କରିବାକୁ ପଡେ ।
କିନ୍ତୁ ଫ୍ରି ଏଣ୍ଟ୍ରି କରିବା ଦ୍ବାରା ଅଧିକରୁ ଅଧିକ ଭାରତୀୟ ଋଷ ବୁଲିପାରିବେ । ରିପୋର୍ଟ ଅନୁସାରେ ୨୦୨୩ରେ ୬୦ ହଜାର ଭାରତୀୟ ପର୍ଯ୍ୟଟନ ପାଇଁ ଏବଂ ବିଜେନେସ କାର୍ଯ୍ୟରେ ଋଷ ଯାଇଥିଲେ । ଯାହା ୨୦୨୨ ତୁଳନାରେ ୨୬ ପ୍ରତିଶତ ଅଧିକ ଅଟେ । ତେଣୁ ଋଷ ଭାରତ ସହ ଏସଂପର୍କରେ ବୁଝାମଣା କରିବା ପରେ ଋଷ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ଭାରତରେ ଯେଉଁମାନଙ୍କ ପାଖରେ ପାସପୋର୍ଟ ଅଛି ସେମାନେ ୬୨ ଦେଶକୁ ଫ୍ରି ଏଣଟ୍ରି କରିପାରିବେ । ହେନଲେ ପାସପୋର୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ରେ ଭାରତର ସ୍ଥାନ ୮୨ରେ ଅଛି । ଯାହାର ସାହାଯ୍ୟରେ ଭାରତ ଇଣ୍ଡୋନେସିଆ, ମାଲଦୀପ, ଥାଇଲ୍ୟାଣ୍ଡ ଆଦି ଦେଶରେ ବିନା ଭିସାରେ ଯାତ୍ରା କରିପାରିବେ ।