3 ମାସ ମଧ୍ୟରେ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖଡ଼ିଆଳ, କୋମନା ଏବଂ ବୋଡ଼େନ ଅଞ୍ଚଳରେ ଦାଦନ ମୃତ୍ୟୁ ପରେ ବି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଏଥିସହ ଦାଦନ ପ୍ରବଣ ଜିଲ୍ଲାରେ ରାଜ୍ୟ ସରକାର ବର୍ଷକୁ 3 ଶହ ଦିନ କାମ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଲଟିଛି ପ୍ରହସନ ।
ଏପଟେ ପଞ୍ଜାବରେ ନିର୍ଯାତନାର ଶିକାର ହୋଇଥିବା 18 ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି । ଗତ ଜାନୁୟାରୀରେ ରାଉରକେଲା ବନ୍ଧମୁଣ୍ଡା ଅଂଚଳରୁ 6 ଜଣ ଶ୍ରମିକଙ୍କୁ ମାସକୁ 10 ହଜାର ରୋଜଗାର ଲୋଭ ଦେଖାଇ ଦଲାଲ୍ ପଞ୍ଜାବର ଏକ ପ୍ଲାଏଉଡ କମ୍ପାନୀରେ ନିଯୁକ୍ତି ଦେଇଥିଲେ । ଶ୍ରମିକଙ୍କୁ ଶ୍ରମିକଙ୍କୁ ଅଧିକ ସମୟ କାମ କରାଇବା ସହ ପାରିଶ୍ରମିକ ମାଗିଲେ ମାଡ ମରାଯାଉଥିବା ଅଭିଯୋଗ ହୋଇଥିଲା । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର 8 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 2 ଜଣ ଓ ରାଉରକେଲା ଅଞ୍ଚଳରୁ 6 ଜଣ ଅଛନ୍ତି।
କରୋନା ସମୟରେ ରାଜ୍ୟକୁ ଫେରିଥିବା ପାଖାପାଖି 10 ଲକ୍ଷ ଶ୍ରମିକଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇଦେବାକୁ ଘୋଷଣା କରିଥିଲେ ସରକାର । ପ୍ରତିଶ୍ରୁତି ଦେଇ ସରକାର ବିଫଳ ହେବା ପରେ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଥିଲେ ଯୁବକ । ରାଜ୍ୟରେ ଦାଦାନ ଯନ୍ତ୍ରଣାରେ ପୂର୍ଣ୍ଣଚ୍ଛେଦ ପକାଇବାରେ ବିଫଳ 24 ବର୍ଷର ସ୍ଥିର ସରକାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: