ଓଡିଶା ଖବର ଆହୁରି ପଢନ୍ତୁ
କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଅର୍ଗସ ବ୍ୟୁରୋ: ଚିତ୍ରରୁ ଚରିତ୍ର ବାହାର କରିବା ସହ ପରୀକ୍ଷାକୁ ଭୟ ନକରି ଏହାକୁ ଦୂର କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା କ୍ରମେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ବିଭିନ୍ନ ଵର୍ଗର ୧୮ଟି ସ୍କୁଲର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପ୍ରାୟ ୨୫ଟି ଥିମ୍ ଉପରେ ଚିତ୍ରାଙ୍କନ କରିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Download Argus News App
