ସୂଚନା ଯୋଗ୍ୟ ଯେ, ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର ଚାଷୀ ରାମକୃଷ୍ଣ ପଣ୍ଡା ବାବା ରାମେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ବିକ୍ରୟ କରି ନ ପାରି ୨୭/୨ ରେ ବିଷ ପିଇ ଥିଲେ । ପରେ ଗୁରୁତ୍ୱର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଥିଲେ ତାଙ୍କ ଧାନ ସବୁ କିଣା ଯିବ ବୋଲି. ହେଲେ ଜିଲ୍ଲା ପ୍ରଶାସନ ପ୍ରତିଶୃତି ରଖିଲେ ନାହିଁ ।
ଆଜକୁ ୩ ଦିନ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଟାଉନ ପୋଲିସ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ଦାବି ନ ଶୁଣିବେ ସେ ପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ଚାଷୀ ପଣ୍ଡା କହିଛନ୍ତି ।