ନିଜିଗଡ ତାପଙ୍ଗ ଓ ଆଖପାଖ ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଖଣି ଖନନ କୁ ରାୟ ଶୁଣାଇଛନ୍ତି ଏନଜିଟି। ଏଥିପାଇଁ ମନ୍ଦିର ପ୍ରଶାସନ ଭରିବ ୧୨କୋଟି ଟଙ୍କାର ଜରିମାନା। ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିବା ପାଇଁ ନିଦେଶ ଦେଇଛି ଏନଜିଟି। ଏହାକୁ ଜିଲ୍ଲାପାଳ କମିଟି ଗଠନ କରିବା ସହ ୪ମାସ ମଧ୍ୟରେ ଜରିମାନା ଟଙ୍କା ରେ ସେହସବୁ ସ୍ଥାନ ର ପୁନଃ ଉଦ୍ଧାର କରିବେ।ଜିଲ୍ଲାପାଳ ଅଫିସ ସୂତ୍ରରୁ ପ୍ରକାଶ ଖୁବଶୀଘ୍ର କମିଟି ଗଠନ କରିପାରନ୍ତି ଜିଲ୍ଲାପାଳ। ମନ୍ଦିର ପ୍ରଶାସନ ର ୫୯ଟି ଖଣି ଚାଲିଥିବା କାରଣରୁ ପରିବେଶ ର ନଷ୍ଟ ହୋଇଛି।
ଏଥିପାଇଁ ୨୦୧୮ ମସିହାରେ ଏନଜିଟି ପାଖକୁ ଯାଇଥିଲା। ପୂର୍ବରୁ ଜିଲ୍ଲାପାଳ ଙ୍କୁ ଟ୍ୟାକ୍ସଫୋର୍ସ ଗଠନ କରି ଖଣି ମାଫିଆ ଙ୍କୁ ଚିହ୍ନଟ କରି ସେମାନଙ୍କୁ ଭରଣ ପାଇଁ ଅଡର ରହିଥିଲା। ମାତ୍ର ସେଥିରେ ପ୍ରଶାସନ ବିଫଳ ହୋଇଥିଲା। ତେବେ ଖୋର୍ଦ୍ଧା ବିଧାୟକ କହିଛନ୍ତି ଖଣି ଖନନରେ ରାଜନେତା ଙ୍କ ସଂପୃକ୍ତି ରହିଛି।ତେବେ କିଏ ଏହି ରାଜନେତା । କାହିଁକି ତାଙ୍କ ନିକଟରେ ପହଂଚି ପାରିଲାନି ପୋଲିସ ଓ ପ୍ରଶାସନ। ନା ସବୁ ମିଲିଭଗତରେ ଚାଲିଥିଲା।