ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ସାଲେପୁରର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମିଶ୍ରଣ ପର୍ବରେ ସରକାରୀ କର୍ମଚାରୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସାଲେପୁର ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ରାଟୀଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ, ପିଅନ ରଶ୍ମିରଞ୍ଜନ ପଣ୍ଡା ଉପସ୍ଥିତ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିଜେପି, କଂଗ୍ରେସ ଉଭୟେ ଦୁଇ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅଲଗା କାମ ପାଇଁ ସେଠାକୁ ଯାଇଥିବା ରାଟିଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି । ବଲାଙ୍ଗିରରେ ସର୍ବନିମ୍ନ ୧୭.୧୬% ମତଦାନ ହୋଇଛି ।
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନOdisha. 21.07% votes have been cast till 11:00 am
5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । 9162ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ 102 କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ 60ଟି ବୁଥରେ ହେଉଛି ଲାଇଭ ଷ୍ଟ୍ରିମିଂ।
ଅର୍ଗସ ବ୍ୟୁରୋ: ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ରକୁ ଆସନ୍ତା ୨୩ ତାରିଖରେ ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଜେପି ପାଇଁ କରିବେ ପ୍ରଚାର। ସୂଚନା ଅନୁଯାୟୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୩ ତାରିଖ ଦିନ ଚିଲିକା ନିର୍ବାଚନ ମଣ୍ଡଳିକୁ ଆସିବେ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।
ଏହି ଅବସରରେ ସେ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେପି। ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି। ପ୍ରଚାରର ଶେଷ ଦିବସରେ ଯୋଗୀ ଆଦିତ୍ୟନାଥଙ୍କୁ ଆଗମନକୁ ଚିଲିକାରେ ମାଷ୍ଟରଷ୍ଟ୍ରୋକ ଖେଳିବ ଭାରତୀୟ ଜନତା ପାର୍ଟି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ରାୟଗଡା: ଶଙ୍ଖ ଚିହ୍ନରେ ଭୋଟଦିଅ ନହେଲେ ତୁମର ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ପ୍ରତ୍ୟେକ ପଞ୍ଚାୟତର SHG ମହିଳାମାନଙ୍କ ଘରେ ଘରେ ପସି ଶଙ୍ଖଚିହ୍ନରେ ଭୋଟ ଦିଅ । ଏଥର ବିଜେଡିକୁ ଭୋଟ ନଦେଲେ ତୁମର ରାସନକାର୍ଡ ବିଜୁସ୍ବାସ୍ଥ କାର୍ଡ ,ବ୍ୟାଙ୍କ ପାସ୍ ବୁକ କାଟିଦେବୁ ବଲି ଧମକଚମକ ଦେଉଥିବା ଏବେ ଅଭିଯୋଗ ହୋଇଛି ।
ସେ ମହିଳା ବ୍ୟାଙ୍କ କର୍ମଚାରୀ ଜଣକ ଟିଙ୍କିବିର ଶାଖାର ବ୍ୟାଙ୍କମିତ୍ର ଭାବରେ କାର୍ଯ୍ୟରତ ଥିବା ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ଆପଣ ସ୍କ୍ରିନରେ ଦେଖୁଥିବା ଏ ମହିଳା ହେଉଛନ୍ତି ଜଣେ ବ୍ୟାଙ୍କ ମିତ୍ର । ତାଙ୍କ ନାଁ ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ମହିଳା ଜଣଙ୍କ ଦେବଗଡର ବିଜେଡି ବିଧାୟକ ପ୍ରାର୍ଥୀ ରମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ମିଠା ଖୁଆଉଛନ୍ତି ଓ ତାଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ମଧ୍ୟ ଜଣାଉଛନ୍ତି ।
ଏହି ମହିଳା ଏବେ ମହିଳାମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟଦିଅ ବୋଲି ଧମକଚମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଶିଛି । ଯାହାକୁ ନେଇ ମହିଳାମାନେ ଭୟବିତ ହେବାସହ ଜୀବନ ପ୍ରତି ବିପଦ ମନେ କରି ନିଜ ନାଁକୁ ଗୋପନ ରଖିବା ସହ କ୍ୟାମେରା ଆଗରେ ମୁହଁକୁ ଘୋଡେଇ ପ୍ରତିକ୍ରିୟା ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...