୨୦୨୨ ମସିହାରେ ୨୦ ଲକ୍ଷ ଟଙ୍କା ଉଠାଯାଇଛି। ଦେଖନ୍ତୁ ଏ ପଡ଼ିଆର ଅବସ୍ଥା। ସହରରେ ଥିବା ଏହି ଏସକେସିଜି କଲେଜ ଖେଳ ପଡ଼ିଆରେ ବି ଘାସ ପକାଇବା ଓ ଜିମ୍ ସାମଗ୍ରୀ ଲଗାଇବା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି। କିନ୍ତୁ ପଡିଆରେ ଘାସର ଚିହ୍ନ ବର୍ଣ୍ଣ ନାହିଁ। ଟିକିଏ ବର୍ଷା ହେଲେ ଖେଳ କୁଦ ଦୂର କଥା ପ୍ରାତଃ ଭ୍ରମଣ କରିବା ବି କଷ୍ଟ କର । ଖେଳାଳିଙ୍କ ପାଇଁ କମ୍ ସରକାରୀ ସଭା ସମିତିରେ ଅଧିକ ହେଉଛି ଏ ପଡ଼ିଆ । ସନ୍ଧ୍ୟା ନଇଁବା ମାତ୍ରେ ଗଜପତି ଷ୍ଟାଡିୟମରେ ପସରା ମେଲାଇ ବସୁଛନ୍ତି ମଦୁଆ ।
କେବଳ ଏ ଦୁଇ ପଡ଼ିଆ ନୁହେଁ ଜିଲ୍ଲାର ୭ଟି ବ୍ଳକରେ ଏମିତି କ୍ରୀଡ଼ାର ବିକାଶ ନାଁରେ ହୋଇଛି କେଳେଙ୍କାରୀ। ଆର.ଉଦୟଗିରି, ମୋହନା, ଗୁମ୍ମା, ନୂଆଗଡ, ରାୟଗଡ଼, ଗୋଷାଣୀ, କାଶୀନଗର ବ୍ଳକର ମିନି ଷ୍ଟାଡିୟମ ବା ଖେଳ ପଡ଼ିଆ ସବୁଠି 10 ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ଦର୍ଶାଇ ଟଙ୍କା ଉଠାଯାଇଛି । କିନ୍ତୁ ଅଫିସରଙ୍କ ସହ ସଲାସୁତୁରାରେ ବିଜେଡି ନେତାମାନେ ମାଲାମାଲ୍ ହୋଇଛନ୍ତି ।
ନବୀନଙ୍କ ଶାସନରେ କ୍ରୀଡ଼ାର ବିକାଶ ନାଁରେ କେମିତି ହେଉଥିଲା ବଡ଼ ଘୋଟାଲା ତାର ବଡ଼ ପ୍ରମାଣ ହେଉଛି ଗଜପତିର ଏ ଷ୍ଟାଡିୟମ୍। ଏବେ ବିଜେପି ସରକାର କ୍ରୀଡ଼ା ଦୁର୍ନୀତିର ତଦନ୍ତ କରି ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର