ସେପଟେ ବିଳମ୍ବରେ ମୈଦାନକୁ ଡେଇଁଥିଲେ ବି ସବୁଜ ବାହିନୀ ବରମୁଣ୍ଡା ପଡ଼ିଆରେ ବଡ଼ ପ୍ରସ୍ତୁତି କରିଛି । ଉଭୟ ଦଳର ନିଶାନାରେ ୨୦୨୪ । ୧୯ର ଲଢ଼େଇର ଜିତ୍-ହାରର ଅଙ୍କକଷାରେ ଲାଗିଛନ୍ତି ଉଭୟ ବିଜେପି ଓ ବିଜେଡି । ଗତ ନିର୍ବାଚନରେ ବିଜେପିର ମିଶନ ୧୨୦କୁ ସଫଳତା ମିଳିନଥିଲା । ମାତ୍ର ବିଜେଡିର ୨୧ରୁ ୨୧ ଲୋକସଭା ଆସନରେ ଜିତାଅ ସ୍ଲୋଗାନକୁ ଧରାଶାୟୀ କରିଥିଲେ ଓଡ଼ିଶାର ଜନତା ।
ନବୀନ ପଟ୍ଟନାୟକଙ୍କ ପରି ବଡ଼ ଚେହେରା ସତ୍ତ୍ବେ ୧୪ରେ ୨୦ ଲୋକସଭା ଆସନ, ୧୯ରେ କମି ପହିଞ୍ଚିଥିଲା ୧୨ରେ । ସେଥିପାଇଁ ଏବେ ନଡ୍ଡାଙ୍କ ହୁଙ୍କାରକୁ ବଡ଼ ଆହ୍ୱାନ ବିଚାର କରୁଛି ବିଜେଡି ।
ରାଜନୀତି ଖବର ଆହୁରି ପଢନ୍ତୁ ।