ଗୃହବିଭାଗ ଦୁଃଖ ଶୁଣୁନି। ହଜିଗଲା କ୍ୟାପଟେନ୍ ଦିବ୍ୟସିଂହ ମିଶ୍ରଙ୍କ ମାନବିକତା। ହ୍ୱିଲ୍ ଚେୟାର ଉପରେ ବସି ଜୟକୃଷ୍ଣ ଛତ୍ର ନବୀନ ନିବାସ ଯାଇଥିଲେ। ସାଥିରେ ତାଙ୍କର କୁନିପିଲା, ଆଉ ତାଙ୍କ ପତ୍ନୀ, ହୁଇଲଚେୟାରକୁ ଠେଲିଠେଲି ନେଉଥିଲେ। ମନରେ ତାଙ୍କର ଆଶା ଥିଲା ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିବେ। ତେବେ ବାଟରେ ନିଜ ବିଭାଗର କର୍ମଚାରୀ ବାଧକ ସାଜିଥିଲେ। ଆହା ପଦେ ତ କହିଲେନି ବରଂ କଟା ଘାରେ ଚୂନ ଲଗାଇବାକୁ ପଛାଇଲେ ନାହିଁ।
ଜୟକୃଷ୍ଣ ଛତ୍ର, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ପାହଳ ନିକଟରେ କାର୍ଯ୍ୟ କରୁଥିଲେ, ଦୁର୍ଘଟଣା ଗସ୍ତ ହେଲେ, ବଞ୍ଚିଗଲେ ସିନା ଅର୍କମଣ୍ୟ ହୋଇଗଲେ। ଆଉ ସେତେବେଳେ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଜୟଦେବବିହାର ଏଲ-2 କ୍ୱାଟର ଦେଇଥିଲେ। ଆଉ ଏବେ ଦାଉ ସାଜିଛନ୍ତି ରିଜର୍ଭ ଇନସପେକ୍ଟର। 4 ଦିନ ହେଲା କାଟିଦେଇଛନ୍ତି ଘରର ବିଜୁଳି। ଛୋଟ ପିଲାକୁ ଧରି ଅନ୍ଧାରରେ 3 ସଦସ୍ୟ ରାତି ବିତାଉଛନ୍ତି। ହେଲେ ଏନେଇ ଦୁଃଖ ଜଣାଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳିଲା ନାହିଁ। ଆଉ କଣ୍ଟା ହୋଇ ଛିଡା ହେଲେ ପୋଲିସ। ତାଙ୍କୁ ଦିଆଯାଇଥିବା ଘରକୁ ଆରଆଇ ଅନ୍ୟକୁ ଆଲର୍ଟ କରିଦେଲେ। ଆରଆଇ ବାବୁ ଏବେ ନାଲିଆଖି ଦେଖାଉଛନ୍ତି।
ପ୍ରଶ୍ନ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆକ୍ସନ ନେବେ କି ? ଦୁର୍ଘଟଣାର ଶିକାର ହୋଇଥିବା ପୋଲିସ ବାବୁଙ୍କୁ ସାମାଜିକ ସୁରକ୍ଷା ଦେବେ ତ ? ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ୱରରେ ରହିବା ପାଇଁ ଗୃହବିଭାଗ ପଦକ୍ଷେପ ନେବ ତ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।