୨୦୧୭ ଅକ୍ଟୋବରରେ ମାତୃ ଶିଶୁ ବିଭାଗକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଥିଲା । ହେଲେ ଉଦଘାଟନ ପରେ ୨ ବର୍ଷ ଯାଏଁ ବିଭାଗରେ ତାଲା ପଡ଼ିଥିଲା ।
ବର୍ଷେ ତଳେ ଏହା କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଦଶା ଭୋଗୁଛନ୍ତି ଗର୍ଭବତୀ । ଏଯାଏଁ ମାତୃ ଶିଶୁ ବିଭାଗରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ହୋଇପାରି ନାହିଁ । ଅବ୍ୟବସ୍ଥା ନେଇ ଅଭିଯୋଗ କଲେ ଡରାଇବା ସହ ଦୁର୍ବ୍ୟବହାର କରୁଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ ।