ଆପଣ ଦେଖୁଥିବା ଭିଡ଼ିଓଟି ବର୍ତ୍ତମାନ ସୋସିଲା ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଭିଡ଼ିରେ ଦେଖୁଥିବା, ଚେୟାର ଉପରେ ବସିଥିବା ବାବୁ ଜଣକ ହୋଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକର ବିଡ଼ିଓ ବିକାଶ କୁମାର ମହାନ୍ତି । ଯୋଉଠି ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠି ପ୍ରଶ୍ନ ଉଠୁଛି, କାହା ବଳରେ ବଳିୟାନ୍ ବିଡ଼ିଓ ମହାସୟ । ରାଜ୍ୟ ସରକାର ମା'ଙ୍କୁ ସମ୍ମାନର ନାରା ଦେଉଛନ୍ତି । କିନ୍ତୁ ଏପଟେ ସରକରୀ ବାବୁ ମା'ଙ୍କୁ ଅସମ୍ମାନ କରୁଛନ୍ତି ।
ଅଭିଯୋଗ ନେଇ ଆସିଥିବା ଅଭିଯୋଗକରୀଣିଙ୍କୁ ନାଲି ଆଖି ଦେଖାଇ ଅଫିସ ଭିତରୁ ତଡ଼ିଦେଉଛନ୍ତି ବିଡ଼ିଓ ମହାସୟ । କିନ୍ତୁ ସେହି ସମୟରେ ରାଜନେତାଙ୍କୁ ବସିବାକୁ ଚେୟାର ଦେଉଛନ୍ତି ବିଡ଼ିଓ ମହାସୟ । ଯାହାକୁ ନେଇ ଗରମ ହେଇଛି ବାଲିକୁଦା ବ୍ଳକ ବିଡ଼ିଓଙ୍କ ଅଫିସ୍ । ତେବେ ଦେଖିବାକୁ ବାକି ରହିଲା କି ପଦକ୍ଷପ ନେଉଛନ୍ତି ରାଜ୍ୟ ସରକାର । ନା ଖାଲି ଲୋକ ଦେଖାଣିଆ ଆକ୍ସନ ନେଇ କେସକୁ ରଫାଦଫା କରିଦେବେ ।