ମହିଳାଙ୍କ ପରିବାର ନୀଚ ଜାତି ହୋଇଥିବାରୁ ଓ ପୁଅଙ୍କ ପରିବାର ବ୍ରାହ୍ମଣ ଜାତିର ହୋଇଥିବାରୁ ପୁଅଙ୍କ ପରିବାର ଲୋକେ ଏହି ବିବାହକୁ ଅତି ସହଜରେ ଗ୍ରହଣ କରିପାରିନଥିଲେ। ଶେଷରେ ପୁଅ ଝିଅ ଦୁଇଜଣ ଭଦ୍ରକରେ ଏକ ଭଡା ଘରେ ରହୁଥିଲେ । କିଛି ଦିନ ପରେ ଭଦ୍ରକର ମୁଖ୍ୟ ଚିକିତ୍ସାଳୟରେ ଝିଅ କୁ ଏକ ଷ୍ଟାଫ ନର୍ସ ଭାବେ ଚାକିରୀ ମିଲିଥିଲା ଓ ପରେ ବାରିକପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରୀ ମଧ୍ୟ କରିଥିଲେ ।ତେବେ ପୁଅର ମାଆ ଧନ ସମ୍ପତିକୁ ଲୋଭ କରି ଦୁଇ ଜଣକୁ ବୁଝା ସୁଝା କରି ଶଶୁର ଘରକୁ ନେଇ ଥିଲେ।
କିଛି ଦିନ ଭଲରେ କଟିବା ପରେ ଝିଅର ଚାକିରୀ ଟଙ୍କାକୁ ଲୋଭ କରି ଶଶୁର ଘର ଲୋକେ ଜାତିକୁ ନିନ୍ଦା କରି ସମାଲୋଚନା କରିଥିଲେ। ଯାହାକୁ ଝିଅ ସହି ନ ପାରି ଗତ 16.02.2023 ତାରିଖ ଦିନ ମେଡିକାଲରେ ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା. କଟକ ବଡ ମେଡିକାଲରେ 19.2.23 ତାରିଖରେ ମୃତ୍ୟୁ ବରଣ କରିଥିଲା ଝିଅ । ଏହି ଘଟଣାକୁ ନେଇ ଝିଅର ପରିବାର ଲୋକେ ଭଦ୍ରକ ଟାଉନ ଥାନରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ୍ ଭଦ୍ରକ ଟାଉନ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେଉଥିବାରୁ ଝିଅର ମାଆ ଓ ଭାଇ ଶେଷରେ ନିରାଶ ହୋଇ ଭଦ୍ରକ ଏସପିଙ୍କୁ ଦାବିପତ୍ର ମାଧ୍ୟମରେ ଗୁହାରି କରିଛନ୍ତି। ଭଦ୍ରକ ଏସପି ଘଟଣା ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି.