ଟ୍ରେନ୍ ଭିତରେ ପ୍ରସବ କରିଥିବାରୁ ଟ୍ରେନ୍ ୫୫ମିନିଟ୍ ବିଳମ୍ବ ହୋଇଥିଲା। ପ୍ରସୂତିଙ୍କର ଏଯାଏଁ କୌଣସି ପରିଚୟ ଜଣା ପଡିନାହିଁ । ଟ୍ରେନ ଭିତରେ ପ୍ରସବ ହେବା ପରେ ପ୍ରସୂତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ତାଙ୍କ ଦେହ ଏବେ ଭଲ ଥିବା ଜଣାପଡିଛି। ପୋଲିସ ପ୍ରସୂତିଙ୍କ ପରିଚୟ ଖୋଜିବାରେ ଲାଗିଛି।
ଟ୍ରେନ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ମହିଳାଙ୍କ ପରିଚୟ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ: ଟ୍ରେନରେ ମହିଳାଙ୍କ ପ୍ରଶବ । ବ୍ରହ୍ମପୁର- ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ମେମୋରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଷ୍ଟେସନ୍ ମ୍ୟାନେଜର ଓ ରେଳବାଇ ସ୍ୱାସ୍ଥ୍ୟ ଟିମ୍ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।
Download Argus News App
