ଅନ୍ୟ କିଛି ଦୋକାନୀ ଏହି ଘଟଣାରେ ହଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ 15 ଦିନ ମଧ୍ୟରେ ଟଙ୍କା ବକେୟା ଭଡା ଦେବାକୁ ନିର୍ଦେଶ ଦିଆଯାଇଛି । ଯଦି 15 ଦିନ ମଧ୍ୟରେ ସେହି ଦୋକାନୀମାନେ ସେମାନଙ୍କ ଭଡା ନଦିଅନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜଧାନୀ ପୂଜା ସମିତି ଟ୍ରଷ୍ଟର ସଭାପତି ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ।
ପୂଜା ସମିତି ଟ୍ରଷ୍ଟ ଅଧୀନରେ ଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜଧାନୀ ପୂଜା ସମିତି ଟ୍ରଷ୍ଟ ଅଧୀନରେ ଥିବା କିଛି ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଜଧାନୀ ପୂଜା ସମିତି । ସୂଚନା ଅନୁସାରେ ଟ୍ରଷ୍ଟର ଅଧୀନରେ ଥିବା 32 ଟି ଦୋକାନ ଦୀର୍ଘ ଦିନ ହେବ ସେମାନଙ୍କ ଭଡା ପଇସା ଟ୍ରଷ୍ଟକୁ ଦେଉ ନଥିଲେ । ଏମିତି କି ପାଖାପାଖି 3 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାକି ପଡ଼ିଥିବା ସୂଚନା ମିଳିଛି ।
Download Argus News App
