ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସାବାଡ଼ ହେବେ ଠକୁଥିବା ରାଜସ୍ବ ଅଧିକାରୀ । କାମରେ ଅବହେଳା କରୁଥିଲେ ହେବ ଆକ୍ସନ । RI, ARI ଓ ଅମିନଙ୍କ କାମ ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ । ଲୋକଙ୍କୁ ସେବା ଦେବା ବଦଳରେ RI, ARI ଓ ଅମିନ ମାନେ କାମରେ ଠକୁ ଥିବା ନେଇ ସରକାରଙ୍କ ପାଖକୁ ଅନେକ ଅଭିଯୋଗ ଆସୁଛି । ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ନିୟୋଜିତ ଅଛନ୍ତି ଅନେକ ଅଧିକାରୀ। ଏପରିକି କିଛି ଅଫିସର ନିଜ ତହସିଲରେ ନିଯୁକ୍ତି ପାଇଥିବାରୁ ନିରପେକ୍ଷ ସେବା ଦେଉନାହାନ୍ତି ବୋଲି ମଧ୍ୟ ନଜିର ରହିଛି । ତେଣୁ ଅଧିକାରୀ ମାନେ ଗୋଟିଏ ସ୍ଥାନରେ 3 ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତ ଅଛନ୍ତି, ସେ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍। ଯାତ୍ରାରେ ସଂସ୍କୃତି ପରମ୍ପରାର ଅବକ୍ଷୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଆଜି ଯାତ୍ରାରେ ଅଶ୍ଳୀଳତା ରୋକିବା ନେଇ ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଯାତ୍ରା କମିଟି ମହାସଂଘ। ମନ୍ତ୍ରୀଙ୍କୁ ଭେଟି ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛି ସଂଘ। ବର୍ତ୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି। ଯାତ୍ରାରେ ଅଶ୍ଳୀଳତା, ଦିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବିପତ୍ର ପ୍ରଦାନ କରିଛି ସଂଘ। ଏନେଇ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରତ୍ୟକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି ।ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଥିବା ସଂଘ ଅଭିଯୋଗ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲା ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧ହଜାର ୬୩୭ ଗାଁ ପ୍ରଭାବିତ ହୋଇଥିଲେ । ୪୧ ଲକ୍ଷ ୪ ହଜାର ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହାଜର ଟଙ୍କା ଖର୍ଚ୍ଚ ହୋଇଛି ।
ଅଧିକ ପଢନ୍ତୁ : ଦାନା' ଉଜାଡିଦେଲା ୬୦୦ କୋଟିର ସଂପତ୍ତି
ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ।
ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହି ୱାର୍ଡ ଅନ୍ତର୍ଗତ ବାନ୍ଦାପାଙ୍ଗା ଗାଁ ର ଗ୍ରାମବାସୀ ମାନେ ଦୀର୍ଘ ବର୍ଷ ଧରି ଏକ ସରକାରୀ କୂଅକୁ ବ୍ୟବହାର କରୁଥିଲେ।
କିନ୍ତୁ ଅଳ୍ପ କିଛି ବର୍ଷ ହେବ ଏ ସରକାରୀ କୂଅକୁ ତେଜେଶ୍ୱର୍ ନାୟକ ଜବରଦଖଲ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୂଅକୁ ପାଚେରୀ ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏ ନେଇ ଆଜି ସମୂହ ଗ୍ରାମବାସୀ ବାଲିଗୁଡ଼ା NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଦଳାଇଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର