ଶୁଦ୍ରମୂନୀ ଶାରଳାଦାସଙ୍କ ଜନ୍ମିତ ଗ୍ରାମ କନକପୁରର କାଳିନାଗରେ ନିରାଡମ୍ବର ଭାବେ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିବା ବେଳେ ସାଧନାପିଠ କନକପୁରର ମା’ଶାରଳାଙ୍କ ପିଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାକବିଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଛି । ସେହିପରି ଆଦିକବିଙ୍କ ସ୍ମୃତି ପିଠ କୁହାଯାଉଥିବା ଶାରଳା ବିହାର ଆଦିକବି ସାରଳାଦାସ କଲେଜ ପରିସରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ପରେ ଶ୍ରାଦ୍ଧୋତ୍ସବ ସାରସ୍ୱତ ଆସରକୁ ମହାମହିମ ରାଜ୍ୟପାଳ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଉଦ୍ଘାଟନୀ ଆସରରେ ପ୍ରଭାକର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ମାଟିର ମହାକବି ଶୁଦ୍ରମୂନୀ ଶାରଳାଦାସଙ୍କ ଓଡ଼ିଆ ଜାତି ପ୍ରତି ଅତୁଳନୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ ।