ଅଧିକ ପଢନ୍ତୁ ଓଡ଼ିଶା ଖବର
୨୩ ବର୍ଷରେ ମୁଖ୍ୟମନ୍ତ୍ରୀ ଥରେ ହେଲେ ବି ଯୋରନ୍ଦା ମାଟିରେ ପାଦ ପକାଇନାହାନ୍ତି । ଏବେ ଯୋରନ୍ଦା କଥା ମନେପଡ଼ିଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ମୁଖ୍ୟ ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କେବଳ ମିଛ ଡିଣ୍ଡିମ ପିଟିଛନ୍ତି ବୋଲି କହିଛି ବିଜେପି । ଯେଉଁ ଓଡ଼ିଶାରେ ମନ୍ତ୍ରୀ ମାନଙ୍କୁ ହେଲିକପ୍ଟର ସୁବିଧା ନାହିଁ, ସେଠାରେ ବ୍ୟକ୍ତିଗତ ସଚିବଙ୍କ ପାଇଁ ହେଲିକପ୍ଟରର ସୁବିଧା ଅଛି, ଏହା ମନ୍ତ୍ରୀ ମାନଙ୍କ ପାଇଁ ଉପହାସ ନୁହେଁ କି ? ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ।
କାଲୁରିଆରୁ ଦିଘିକୁ ସଂଯୋଗ କରୁଥିବା ସେତୁକୁ ମହିମା ସେତୁ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ୍ । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ଧର୍ମର ଉପସନା ପୀଠଗୁଡ଼ିକର ଉନ୍ନତି ପାଇଁ ପ୍ରସ୍ତାବ ଜଣାଇଲେ ସେଗୁଡ଼ିକର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟର କେଉଁଠି ମହିମା ଧର୍ମର ଉପାସନା ପୀଠ ଅଛି ଏହାର ହିସାବ କଣ ନାହିଁ ରାଜ୍ୟ ସରକାରଙ୍କ ପାଖରେ । ଗତ ୨୩ ବର୍ଷ ଭିତରେ ଯେଉଁ ମହିମା ଗାଦିର ବିକାଶ କରିବାକୁ ରାଜ୍ୟ ସରକାରଙ୍କୁ ସମୟ ମିଳିଲାନି ଏବେ କାହିଁକି ଏତେ ତତ୍ପରତା । ଯଦି ପୀଠ ପାଇଁ ଏତେ ଚିନ୍ତିତ ରାଜ୍ୟ ସରକାର ତାହାହେଲେ ଆଖପାଖ ୧୩ ଟି ଗାଁର ଜଳ କଷ୍ଟମେଣ୍ଟାଇବା ପାଇଁ ONGC ଅର୍ଥରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ କାହିଁକି ଅଧପନ୍ତରିଆ ଭାବେ ପକାଇ ରଖାଯାଇଛି । 23 ବର୍ଷର ସରକାରରେ ଯାହା କରିପାରିଲେନି ଆଉ ୮ ମାସରେ ତାହା କେମିତି ହେବ ସମ୍ଭବ ।