ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟରେ ବଢିବ ତାପମାତ୍ରା । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ସାଧାରଣ ଲୋକଙ୍କ ପାଇଁ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଘାତକ ସାଜିପାରେ ବୋଲି ସତର୍କ କରିଚି ପାଣିପାଗ କେନ୍ଦ୍ର। ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ। ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ କେନ୍ଦୁଝର, ମୟୁରଭଂଜ, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, କଟକ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। କାଳବୈଶାଖୀ ବର୍ଷା ପ୍ରଭାବରେ କିଛି ଦିନ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ବୃଦ୍ଧି ପାଇଛି ତାପମାତ୍ରା । ଉପାନ୍ତରୁ ଉପକୂଳ ସବୁଠି ହେବ ଗ୍ରୀଷ୍ମ ପ୍ରବାହ । ହିଟ ୱେବରେ ସର୍ତକ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ ଓଡିଶା ଖବର: