କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ୍ stf ଟ୍ରକ୍ ଟିକୁ ଜବତ କରିବା ସହ ଚାଲାଣ ହେଇଥିବା ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ଉତ୍ତରପ୍ରଦେଶର ମହେନ୍ଦ୍ର ପଲ୍, ସନି କୁମାର ଓ ବିହାରର ଅରୁଣ ମହାତୋଙ୍କୁ ଗିରଫ କରିଛି stf । Stf ସୂଚନା ଅନୁସାରେ ଟ୍ରକରେ ବ୍ୟାଟେରୀ ଆଣି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର ଯାଉଥିଲା । ବ୍ରହ୍ମପୁର ନିକଟରେ ଟ୍ରକ୍ ରେ ଗଞ୍ଜେଇ ଲୋଡ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଟ୍ରେନରେ ଯିବା ସହ ଫୋନ୍ ରେ ଅପରେଟ କରୁଥିଲା । ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର