ସନ୍ତୋଷ ଙ୍କର ରକ୍ତ ଜୁଡୁବୁଡୁ ମୃତ ଶରୀର ଜରାଶ୍ରମ ରେ ପଡିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ତଳେ ଏହି ଜରାଶ୍ରମ ରେ ବିଶିଷ୍ଟ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ଵାଳ ଆସି ଆଶ୍ରୟ ନେଇଥିଲେ ଓ ସନ୍ତୋଷ ତାଙ୍କୁ ଆଶ୍ରୟ ଦେଇଥିଲେ । ଯାହାକୁ ନେଇ ସନ୍ତୋଷ ଓ ଏହି ଜରାଶ୍ରମ ଗଣମାଧ୍ୟମର ଖବର ଚର୍ଚା ରେ ରହିଥିଲା ।
ହତ୍ୟା ପରେ ଅଭିଯୁକ୍ତ ପିଇଲା ସାର

ଜଗତସିଂହପୁର: ପାରାଦୀପ ଗଡ଼ ରତ୍ନମାଳି ଜରାଶ୍ରମରେ ସଭାପତି ଙ୍କୁ ହତ୍ୟା। କଟୁରୀ ରେ ହାଣି ହତ୍ୟା କରାଯାଇଥିବା ବେଳେ ହତ୍ୟା କରିଥିବା ଯୁବକ କୀର୍ତ୍ତନ ପରିଡା ନିଜେ ସାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସଭାପତି ସନ୍ତୋଷ ବେହେରାଙ୍କୁ କୀର୍ତ୍ତନ ଦୁଇ ଦିନ ହେବ ଘରକୁ ଯିବାକୁ ଟଙ୍କା ମାଗୁଥିଲେ ଓ ଟଙ୍କା ସନ୍ତୋଷ ତାଙ୍କୁ ନଦେବାରୁ ସେ ଉତକ୍ଷୀପ୍ତ ହୋଇ ଏପରି କାଣ୍ଡ ଘଟାଇ ଥିବା ପାରାଦୀପ୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠି ପ୍ରକାଶ କରିଛନ୍ତି ।
Download Argus News App
