ଉକ୍ତ ବୈଠକରେ ମକର ମେଳା ରେ ଘଟିଯାଇଥିବା ଅଘଟଣରେ ମୃତ୍ୟୁବରଣ କରିଥିବା ଅଞ୍ଜନା ସ୍ୱାଇଁ ନାମକ ମହିଳାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ବୈଠକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମକର ମେଳାରେ ଘଟିଯାଇଥିବା ଅଘଟଣକୁ ଦୃଷ୍ଟିରେ ରଖି ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥିଲା। ବୈଠକରେ ସର୍ବସମ୍ମତି କ୍ରମେ ଯେଉଁ ନିଷ୍ପତ୍ତି ନିଆଗଲା ତାହାକୁ ଉଭୟ ବ୍ଲକର ସମସ୍ତ ଅଧିକାରୀ ମାନିବାକୁ କୁହାଯାଇଛି। ୧୮ ତାରିଖ ଭୋର ୪ଟା ସମୟରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ। ଟି-ସେତୁ ଦେଇ ପ୍ରଶାସନ ପକ୍ଷରୁ ବାଉଁଶ ବାରିକେଡ କରାଯିବା ସହ ଉଭୟ ପାର୍ଶ୍ବର ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ନେଇ ପ୍ରଚାର ପ୍ରସାର କରାଯିବ ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଉଭୟ ପାଶ୍ୱର ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସାଧାରଣ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ, ସମ୍ପୂର୍ଣ୍ଣ ସେତୁ ଉପରେ ଆଲୋକୀକରଣ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରବେଶିକା ଅର୍ଥ ୫ ଟଙ୍କା କରାଯିବାକୁ ସର୍ଵ ସମ୍ମତିରେ ଧାର୍ଯ୍ୟ କରାଗଲା। ତା’ସହିତ ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସା ସେବା ପାଇଁ ମେଡିକାଲ ଟିମକୁ ନିୟୋଜିତ କରାଯିବା ସହ ଦମକଳ ବିଭାଗକୁ ନିୟୋଜିତ କରାଯିବା ନେଇ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ