କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୃହରେ ରଖିଛନ୍ତି ଉତ୍ତର । ଦେଶର ବିଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ଗୁଡିକରେ ଦେଶର କୃଷିକଙ୍କ ଆୟକୁ ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (National Statistical Office) ତରଫରୁ ସର୍ଭେ କରାଯାଇଥିଲା । ଏହି ସର୍ଭେ ୨୦୧୯ ଜାନୁୟାରୀରୁ ୨୦୧୯ ଡିସେମ୍ବର ମଧ୍ୟରେ କରାଯାଇଥିଲା ।
ତଥ୍ୟ ଅନୁସାରେ ସାରା ଦେଶରେ ପ୍ରତ୍ୟେକ ଚାଷୀ ପରିବାରର ଆୟ ତାଲିକା ପ୍ରଦାନ କରାଯାଇଛି । ଏହି ତାଲିକାରେ ଓଡିଶାର ଚାଷୀଙ୍କ ଆୟ ଖୁବ କମ୍ ରହିଛି । ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୃଷକଙ୍କ ଆୟ ତୁଳନାରେ ଓଡିଶାର କୃଷକ ପରିବାରର ମାସିକ ଆୟ 5112 ରହିଛି । ଯାହା କହୁଛି ତଳଆଡୁ ଓଡିଶା ଦ୍ୱିତୀୟ ସ୍ଥାନରେ ।
ଏହାକୁ ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିକ୍ରିୟା ରଖିଛନ୍ତି । 22 ବର୍ଷରେ ମେଗା ଇରିଗେଶନ ପ୍ରକଳ୍ପ କିଛି ଆସିନାହିଁ । ରାଜ୍ୟ ସରକାର ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ କହି ପୁରସ୍କାର ଆଣୁଛନ୍ତି । ଯୋଜନା କରୁଛନ୍ତି କିନ୍ତୁ ଯୋଜନା ଯାଉଛି କୁଆଡେ । ସରକାରଙ୍କ ନେତା ମନ୍ତ୍ରୀ ଲୁଟି ଚାଲିଛନ୍ତି । ଚାଷୀ ଆୟ ବୃଦ୍ଧି ହେଉନାହିଁ , ଯୋଜନା କରି ଲାଭ କାହାର ହେଉଛି । ମୁଖ୍ୟମନ୍ତ୍ରୀ ଏହାର ଅନୁଧ୍ୟାନ କରନ୍ତୁ ବୋଲି କହିଲେ ସପ୍ତଗିରି ।