ଏ ବର୍ଷ ସମସ୍ତ ଫସଲ ମଧ୍ୟ ବହୁ ସୁନ୍ଦର ହୋଇଥିଲା ଓ ପରିବା ଚାଷୀ ମାନେ ଆଶା ରଖିଥିଲେ। ଏହି ଫସଲ ମାଧ୍ୟମରେ ବ୍ୟାଙ୍କ ଋଣ ଶୁଝିବା ପରେ ଭଲ ଦି ପଇସା ଲାଭ ପାଇବେ କିନ୍ତୁ ସବୁକିଛି ଆଶା ଯେମିତି ଧୂଳିସାତ ହୋଇଯାଇଛି। ଅଦିନିଆ ବର୍ଷାରେ ଫସଲ ଉଜୁଡ଼ି ଯିବା ପରେ ବର୍ତ୍ତମାନ ପରିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟାଙ୍କ ଋଣ ଶୁଝିବେ କେମିତି । ଚାଷରେ ଅନେକ ମହିଳା ମାନେ ମଧ୍ୟ ଋଣ ଆଣି ଚାଷ କରିଥିଲେ କିନ୍ତୁ ଅଦିନିଆ ବର୍ଷା ଏମାନଙ୍କ ଆତ୍ମବଳ ଭାଙ୍ଗିଦେଇଛି। କେବଳ ଏ ଅଞ୍ଚଳର ଚାଷୀ ନୁହେଁ ଅନେକ ଅଞ୍ଚଳର ଚାଷୀ ଏହି ଅଦିନିଆ ବର୍ଷା ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କୃଷି ଓ ବ୍ୟାଙ୍କ ବିଭାଗ ଚାଷ ଓ ଚାଷୀଙ୍କର କ୍ଷୟକ୍ଷତିର ଆକଳନ କରି ଚାଷୀମାନଙ୍କ ଦୁଃଖ ଦୂର କରିପାରୁଛି ନା ନାହିଁ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ