କଥାରେ ଅଛି, ଦୁଃଖ ଯେତେବେଳେ ମାଡିଆସେ, ସେତେବେଳେ ନା ପରିବାର ଦେଖେ, ନା ଆର୍ଥିକ ସ୍ଥିତି ଦେଖେ, ନା ସମୟ ଦେଖେ। ଏମିତି ଦୁଃଖର କଳା ବାଦାଲ ମାଡ଼ିଆସିଛି, କୋରାପୁଟ୍ ଜିଲ୍ଲା ବୋରିଗୁମ୍ମା ବ୍ଲକ ବୋଡିଗାଁ ପଂଚାୟତ ତକିଗୁଡା ଗ୍ରାମ ଜାନିସାହିର ସ୍ବର୍ଗତ ଦୟା ରନ୍ଧାରୀଙ୍କ ପରିବାର ଉପରେ। ସ୍ବର୍ଗତ ଦୟା ରନ୍ଧାରୀଙ୍କ ୬ ପୁଅ ଝିଅଙ୍କ ମଧ୍ୟରୁ ତିନି ଜଣ ଦିବ୍ୟାଙ୍ଗ। ବଡ଼ ପୁଅ ବଇଦ ରନ୍ଧାରୀ ମୂଲ ଲାଗି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ ୫ ଭାଇ ଭଉଣୀ ଦୁଃଖରେ କାଳାତିପାତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ସାନ ଭାଇ ନନ୍ଦ, ସୁଭଦ୍ରା ଓ ଜୟନ୍ତୀ ଦିବ୍ୟାଙ୍ଗ। ଆର୍ଥିକ ସ୍ଥିତି ଏମିତି ଯେ, କେତେବେଳେ ଗଣ୍ଡେ ଖାଉଛନ୍ତି ତ ଆଉ କେତେବେଳେ ଓପାସରେ ରହୁଛନ୍ତି। ନା ରହିବାକୁ ଘର ଖଣ୍ଡେ ଅଛି, ଚଳିବାକୁ ଅର୍ଥ। ସରକାରଙ୍କ ତରଫରୁ ନା ରାସନ କାର୍ଡ ମିଳିଛି ନା ମିଳିଛି ଦିବ୍ୟାଙ୍ଗ ଭତ୍ତା।
ପରିବାର ଚଳାଇବା ପାଇଁ ସାନ ଭାଇ ସିଲେଇ କରି ଚଳାଉଛନ୍ତି ପରିବାର। ଅନ୍ୟପଟେ ଏହି ପରିବାରଙ୍କ କାଗଜରେ ପତ୍ର ପଠା ହେଇଛି ଖୁବଶୀଘ୍ର ଏହି ପରିବାରକୁ ସରକାରୀ ଯୋଜନାରେ ଯାହା ମିଳିବା କଥା ମିଳିବ ଏବଂ ଭାଇ ନନ୍ଦ ରନ୍ଧାରିଙ୍କୁ ମୋଟରାଇଜ ସାଇକେଲ ଦିଆଯିବ ବୋଲି BSSO ବୋରିଗୁମ୍ମା କହିଛନ୍ତି l
ଆହୁରି ପଢନ୍ତୁ ଓଡିଶା ଖବର