ଏହାସହ ବ୍ରଜରାଜନଗରରେ ଥିବା କିଛି ଠିକାଦାରଙ୍କ ସହ ମିଶି ଅଧ୍ୟକ୍ଷଙ୍କ ଅଜାଣତରେ ଠିକା କାମ ଦେବା ସହ ଦୁର୍ନୀତି କରି ଚାଲିଛନ୍ତି ପୌର ଅଧିକାରୀ । ସେପଟେ ଜୀବନ ପ୍ରତି ବିପଦ ଥିବା କହିବା ସହିତ ଯଦି ତାଙ୍କର କିଛି ହୁଏ ତାହେଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଉପ ନଗରପାଳ ଗୋପାଲ ସୀତାନି ଦାୟୀ ରହିବେ ବୋଲି ସେ କହିଛନ୍ତି । ପୌର ଅଧିକାରୀଙ୍କ ବଦଳି ସହ ଦୁର୍ନୀତି ଅଭିଯୋଗରେ ତଦନ୍ତ ଓ ଗିରଫ ଦାବି କରିଛନ୍ତି ବ୍ରଜରାଜନଗର ପୌର ଅଧକ୍ଷା । ପୂର୍ବରୁ ଝାରସଗୁଗୁଡ଼ା ପଣ୍ଡରି ପଞ୍ଚାୟତରୁ ଆସିଥିଲା ଏପରି ଅଫିସର୍ ରାଜର ଅଭିଯୋଗ । ବିଡିଓ ବିନୟ ପଟେଲ ବିକାଶ କାମରେ ବାଧକ ସାଜିଥିବା ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଥିଲେ ପଞ୍ଚାୟତ ସମିତି ସଭ୍ୟା କ୍ଷୀରାବତି ସାହୁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: