ୟା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଛାତିକୁ ଛୁଇଁ ଯାଉଥିବା ମୌଳିକ କାହାଣୀ, କଳାକାରଙ୍କ ନିଖୁଣ ଅଭିନୟ, ଉଚ୍ଚକୋଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଯେ ଧାରା ବଦଳାଇପାରେ ଏହାର ପ୍ରମାଣ ହେଉଛି ଦମନ ।କପି-ପେଷ୍ଟର ଅପବାଦ ଭିତରୁ ଓଲିଉଡକୁ ବାହାର କରି ନୂଆ ଦିଗ ଦେଖାଇଛି ଦମନ । ଉପାନ୍ତ ଅଂଚଳରେ ଜଣେ ଯୁବ ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବା ଓ ସଂଘର୍ଷର ସତ କାହାଣୀ ହେଉଛି ଫିଲ୍ମର ବିଷୟବସ୍ତୁ । ଅଭିନେତା ବାବୁସାନ୍ଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ହୃଦୟ ଜିଣିଛି।
ଟଲିଉଡର ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଓଡିଆ ସିନେମା ‘ଦମନ’କୁ ପ୍ରଶଂସା କରିଛନ୍ତି କହିଛନ୍ତି ମୁଁ ଏହି ଫିଲ୍ମକୁ ନେଇ ଯେତିକି ଶୁଣିବାକୁ ପାଉଛି ତାହା ସୁପରହିଟ୍। ଏହାସହ ଅଲ୍ଲୁ ଏହା ମଧ୍ୟ କରିଛନ୍ତି କି ମୁଁ ବି ଜଣେ ଅଭିନେତା। ଅଭିନେତା ହିସାବରେ ବାବୁସାନଙ୍କୁ ମୋର ସାଲ୍ୟୁଟ। ସେ ଦମନ ଭଳି ସୁପରହିଟ ଫିଲ୍ମ କରୁଥିବା ଏବଂ ଦମନ ଫିଲ୍ମକୁ ମୋର ଅନେକ ଅନେକ ଶୁଭେଚ୍ଛା। ଆଗାମୀ ଅଭିନୀତ ଫିଲ୍ମରେ ବାବୁସାନଙ୍କୁ ଜାଗା ଦେବା ପାଇଁ ଚେଷ୍ଟା କରିବି ନିଶ୍ଚିତ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।