ବାରିଗାଁ ଛକଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଛି ବାଲିଦାଣ୍ଡ ଗାଁ । ଏହି ଗାଁରେ ଚାଳିଶି ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ଟିଏ ନାହଁ। ନାଲି ମାଟିର କଚ୍ଚା ରାସ୍ତାରେ ବର୍ଷ ତମାମ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଆସିଲେ ବଢେ ଲୋକଙ୍କ ଦୁର୍ଦଶା। ଅସରାଏ ବର୍ଷାରେ ରାସ୍ତା ହୋଇଯାଏ କାଦୁଅ ପଚପଚ। ବେଳେ ବେଳେ ତ ରାସ୍ତା ବିଲର ଭ୍ରମ ଶୃଷ୍ଟି କରେ। ମାତ୍ର ଏହା ପ୍ରତି ଆଜି ଯାଏଁ ପ୍ରଶାସନର ନଜ ପଡିନି।
ପଚିଶ ବର୍ଷର ସ୍ଥିର ସରକାରରେ ଗ୍ରାମାଞ୍ଚଳର ବିକାଶର ଏହା ହେଉଛି ନଗ୍ନ ଚିତ୍ର। ଗାଁକୁ ନାହିଁ ପକ୍କା ରାସ୍ତା ଆସି ପାରୁନି ଚାରି ଚକିଆ ଫଳରେ କେତେବେଳେ ଖଟିଆ ସାହାରାତ ଆଉ କେତେବେଳଏ ସାଇକେଲ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: