ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଫଳସାପଡା ଗ୍ରାମର ମୁକୁନ୍ଦ ଦଣ୍ଡସେନା ଏବଂ ତାଙ୍କ ସ୍ତ୍ରୀ ସୁଶୀଳା ଦଣ୍ଡସେନା । ବୃଦ୍ଧ ଦମ୍ପତି 500 ଟଙ୍କା ଭତ୍ତା ପାଇଁ 9 କିମି ରାସ୍ତା 500 ଟଙ୍କା ଅଟୋ ଭଡା ଦେଇ ଭତ୍ତା ଟଙ୍କା ଉଠାଇବାକୁ ଯାଇଥିଲେ । ଭତ୍ତା ତ ପାଇଲେ ନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ଫେରିଲେ । ଏ ସମ୍ପର୍କରେ ବୃଦ୍ଧ ଦମ୍ପତିଙ୍କୁ ପଚାରିବାରୁ ପତିପତ୍ନୀଙ୍କ ମିଶିକି 1000 ଟଙ୍କା ଭତ୍ତା ଏବଂ କାଳିଆ ଯୋଜନା ଟଙ୍କା 2000 ପାଇବା ଆଶାରେ ସେମାନେ 500 ଟଙ୍କା ଅଟୋ ଭଡା ଦେଇ ଯାଇଥିବା କହିଛନ୍ତି l
ତେବେ ପୂର୍ବରୁ ସରକାର ଯୋଗାଇ ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତାକୁ ସରକାରୀ କର୍ମଚାରୀ ମାନେ ହିତାଧିକାରୀଙ୍କୁ ବାଣ୍ଟୁ ଥିଲେ । କିନ୍ତୁ ବର୍ତ୍ତମାନ ସବୁ ହିତାଧିକାରୀଙ୍କ ପାସବୁକ ରେ ଟଙ୍କା ସିଧାସଳଖ ଯାଉଛି । ଯାହାଫଳରେ କି କେତେକ ଅସହାୟ ହିତାଧିକାରୀ ମାନେ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହୋଇ ମିଳୁଥିବା ପେନସନ ଠିକ ସମୟରେ ପାଇ ପାରୁନାହାନ୍ତି । ଶଯ୍ୟାଶାୟୀ ହିତାଧିକାରୀ ଏବଂ ଯେଉଁମାନେ ବ୍ୟାଙ୍କରେ ଯାଇ ଟଙ୍କା ଉଠାଇବାରେ ଅକ୍ଷମ ସେହିମାନଙ୍କୁ ପ୍ରଶାସନ ଚିହ୍ନଟ କରି ଘରେ ଟଙ୍କା ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରିନାହିଁ ।
ତେବେ ଏ ସମ୍ପର୍କରେ ଚନ୍ଦାହାଣ୍ଡି ସାମାଜିକ ସୁରକ୍ଷା ଅଧିକାରୀ ସୌରଭ ବେହେରାଙ୍କୁ ପଚାରିବାରୁ ଶଯ୍ୟା ଶାୟୀ ମାନଙ୍କୁ ଘରେ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ପାଇଁ ସମସ୍ତ ସରପଞ୍ଚ ମାନଙ୍କ ସହ ଆଲୋଚନା କରାଯିବା ସହ ସଯ୍ୟା ଶାୟୀଙ୍କ ତାଲିକା ମଗାଯାଇଛି ବୋଲି ସେ କହିଛନ୍ତି l ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି କହିବା ସହ ମୁକୁନ୍ଦ ଦଣ୍ଡସେନା ଏବଂ ସୁଶୀଳା ଦଣ୍ଡସେନାକୁ ମଧ୍ୟ ତାଲିକା ରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି l
ତେବେ ଏହିପରି ଅଞ୍ଚଳ ରେ ଅନେକ ଅସହାୟ ବୃଦ୍ଧ ବୃଦ୍ଧା ହଇରାଣ ହରକତ ହେଉଥିବା ବେଳେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ସମସ୍ୟା କେବେ ଦୂର ହେବ ଦେଖିବାର କଥା।
ଆହୁରି ଓଡିଶା ଖବର ପଢନ୍ତୁ