ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଗାଁରେ ପହଞ୍ଚି ପିଲାଙ୍କୁ ପୋଲିଓ ଖୁଆଇଲେ ଆନ୍ଧ୍ରର ସ୍ବାସ୍ଥ୍ୟ କର୍ମଚାରୀ । କୋଟିଆ ତଥା ଆନ୍ଧ୍ରର ଗଞ୍ଜେଇପଦର ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗାଁରେ ପୋଲିଓ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଆନ୍ଧ୍ର। ସେଠାରେ ତୋନମ୍ ସିଏଚସି ଅନ୍ତର୍ଗତ ଡିଏମ୍ଏଚ ଓ ଅଧିକାରୀ ସିବାକୁମାରଙ୍କ ନେତୃତ୍ବରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିଲା । ରାଜ୍ୟସରକାରଙ୍କ ଇଚ୍ଛା ଶକ୍ତି ଅଭାବରୁ ଜନ ସେବା ଓ ବିକାଶ କାମରେ ଫାଇଦା ନେଉଛି ଆନ୍ଧ୍ର । କୋଟିଆ ଉପରେ ଥିବା ଆନ୍ଧ୍ରର ଲୋଲୁପ ଦୃଷ୍ଟି ଏବେ ତୀବ୍ରତର ହେଉଛି । ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର୍ । ଏଠି 24 ବର୍ଷର ସ୍ଥିର ସରକାରର ନୀରବତା ନେଇ ଉଠୁଛି ପ୍ରଶ୍ନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ ଅରବିନ୍ଦର ସିଂ ଲଭଲି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ବିରୁଦ୍ଧରେ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ବିରୋଧରେ ମିଥ୍ୟା ଓ ଦୁର୍ନୀତି ଅଭିଯୋଗ ଆଣିବାର ଏକମାତ୍ର ଆଧାରରେ ଗଠିତ ହୋଇଥିବା ଦଳ ସହିତ ଦିଲ୍ଲୀ କଂଗ୍ରେସ ବିରୋଧୀ ଥିଲା । ଏହା ପରେ ମଧ୍ୟ ଦଳ ଦିଲ୍ଲୀରେ ଆପ୍ ସହିତ ଏକ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ କଂଗ୍ରେସ ଯେଉଁ ଦଳର ବିରେଧୀ ଥିଲା, ଲୋକସଭା ନିର୍ବାଚନ ଅବସରରେ ସେହି ଦଳ ସହ ହାତ ମିଳାଇଛି । ତେଣୁ ଦଳର ଏହି ନିଷ୍ପତ୍ତି ସହ ଏକମତ ନୁହନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି ।
ଅର୍ଗସ ବ୍ୟୁରୋ: ଏପ୍ରିଲ ସରିବାକୁ ବସିଲାଣି । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ଘରେ ବାହାରେ ସବୁଠି ଗରମ । ସକାଳୁ ଏମିତି ଗରମ ହେଉଛି ଯେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆକାଶରୁ ନିଆଁ ବର୍ଷା ହେଉଛି । ଟାଇଁ ଟାଇଁ ଖରାକୁ ଝାଞ୍ଜି ପବନ । ଟିକେ ତାତି ବଢିଲେ ରାସ୍ତା ଘାଟ ଶୂନ୍ ଶାନ୍ ହୋଇ ପଡୁଛି । ଟକମକ୍ ଫୁଟୁଛି ଦେଶର ବିଭିନ୍ନ ସହର । ହିଟ୍ ୱେଭ୍ ରେ ଅସ୍ତବ୍ୟସ୍ତ ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ । ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ପାର୍ । (heat wave )
ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ ଶନିବାର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍ । ଯେଉଁଠି 44.9 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ଦ୍ୱିତୀୟରେ ଓଡିଶାର ଅନୁଗୁଳରେ 44.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । 44.6 ଡିଗ୍ରୀ ସେଲସିୟସ ସହ ଭୁବନେଶ୍ୱର ଓ ଆସାନସୋଲ୍ ତୃତୀୟ ଉତ୍ତପ୍ତ ସହର ପାଲଟିଛନ୍ତି (hot cities)।
ସେହିପରି କୁରନୁଲ୍ 44.5 ଡିଗ୍ରୀ, ଅନନ୍ତପୁର 43.7 ଡିଗ୍ରୀ,ଭବାନୀପାଟଣା ୪୩.୭, ବୌଦ୍ଧରେ ୪୩.୭ ଡ଼ିଗ୍ରୀ, ଝାରସୁଗୁଡା 43.6 ଡିଗ୍ରୀ , ମେହବୁବନଗର 43.5 ଡିଗ୍ରୀ ସେଲସିୟସ, ମଦିନାପୁର 43.5 ଡିଗ୍ରୀ, କଡପା 43.4 ଡିଗ୍ରୀ, ବଙ୍କୁରା, ଜାମସେଦପୁର, ରେନତାଚିନତାଲା 43.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି (summer season) ।
ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ତାପମାତ୍ରା ଢେର୍ ଅଧିକ ରହୁଛି । (Odisha) ଭାରତର ସବୁଠୁ ଉତ୍ତପ୍ତ 6 ସହର ମଧ୍ୟରେ ରହିଛି ଓଡିଶାର 3ଟି ସହର । ଅନୁଗୁଳ, ଭୁବନେଶ୍ୱର ଓ ଝାରସୁଗୁଡା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । (Heat Wave)
ପ୍ରଥମ ଥର ପାଇଁ ଟ୍ୱିନ୍ ସିଟିରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ଦିନ ତାପମାତ୍ରା ୪୩.୪ ରେକର୍ଡ଼ ହୋଇଛି ଯାହା ସ୍ବାଭାବିକ ତାପମାତ୍ରା ତୁଳନାରେ ୬.୩ ଡିଗ୍ରୀ ଅଧିକ ରହିଛି । (India) ସେହିପରି ଭୁବନେଶ୍ବର ସ୍ଵାଭାବିକ ତୁଳନାରେ ୬.୮ ଅଧିକ ରହିଛି । ବାରିପଦା, କଟକ, ଭୁବନେଶ୍ୱରରେ ସିଭିୟର ହିଟ୍ ୱେଭ୍ ଅନୁଭୂତ ହୋଇଛି । ଏହିଭଳି ସ୍ଥିତି ତାପମାତ୍ରା ଆଗାମୀ ଦିନରେ ରହିବ । କିଛି କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ୫ ଦିନ ପାଇଁ ହିଟ୍ ୱେଭ୍ ଜାରି ରହିବ । ଯେତେ ପର୍ଯ୍ୟନ୍ତ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବନାହିଁ ସେପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ । (Temeperature)
ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମଦିନ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆବଶ୍ୟକ ନଥିଲେ ଦିନ 11ଟାରୁ 3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହୃଦ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...