ଗୋଟିଏ ନୁଁହଁ ପାଖାପାଖି ରହିଛି ଦୁଇଟି କେନ୍ଦ୍ର । ଏଭଳି ବିଚିତ୍ର ଦୃଶ୍ୟ ହେଉଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତର କେପିଟି ଗାଁର। ଗାଁରେ ଅଙ୍ଗନବାଡି କ ଓ ଅଙ୍ଗନବାଡି ଖ ନାମରେ ଦୁଇଟି କେନ୍ଦ୍ର ରହିଛି । ଦୁଇଟି କେନ୍ଦ୍ର ପାଇଁ ଦୁଇଟି କୋଠା ମଧ୍ୟ ନିର୍ମାଣ ହୋଇଛି ସବୁ କାର୍ଯ୍ୟ ସରି ଥିଲେ ମଧ୍ୟ ଏହା ହସ୍ତାନ୍ତର ହୋଇପାରିନାହିଁ । ଦୁଇଟି ନବନିର୍ମିତ କେନ୍ଦ୍ର ଗତ ଦଶ ବର୍ଷରୁ ଅଧିକ ସମୟ ହେଲା ସେମିତି ପଡିରହିଛି । ଏବେ ଗଛ ଲଟା ବଢି ଏହି କେନ୍ଦ୍ରକୁ ଘୋଡାଈ ରଖି ଭୂତ କୋଠିର ଭ୍ରମ ସୃଷ୍ଟି କରୁଛି । ଏହା କାହିଁକି ହସ୍ତାନ୍ତର ହୋଇପାରିନି ଏହାର ସଠିକ ଉତ୍ତର କେହି ଦେଇପାରୁନାହାଁନ୍ତି ।
ଅନ୍ୟ ପକ୍ଷରେ ଦୁଇ କେନ୍ଦ୍ରର 50ରୁ ଅଧିକ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟର ଏକ କୋଠରୀରେ କ୍ଳାସ କରିବା ସହ ଖାଦ୍ୟ ପ୍ରସ୍ତୁତି ଓ ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ଛୋଟ ଛୋଟ ପିଲାଙ୍କ ସହ ପ୍ରତାରଣା ବୋଲି କହିଛନ୍ତି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ। ଘର ହସ୍ତାନ୍ତର ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।