ନିଜର ଉପସ୍ଥିତ ଜାହିର କରିବା ସହ ଓ ଲୋକ ଦେଖାଣିଆ ଭାବେ ମଝିରେ ମଝିରେ ରାଜ୍ୟ ଭିଜିଲାନ୍ସ ଆକ୍ଟିଭ ହୋଇପଡେ। ସେହି କ୍ରମରେ ରାଜଧାନୀର କୋରଡକଣ୍ଟା ଅଞ୍ଚଳରେ ଥିବା ଅଙ୍ଗନବାଡି ଦିଦି କବିତା ମଥନଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ ।
ଭୁବନେଶ୍ୱର ଝାଡ଼ପଡା ଅଂଚଳରେ କବିତାଙ୍କର ୩ଟି ଘର ସହ ନିଜ ଗାଁରେ ମଧ୍ୟ ରହିଛି ବଡ ବଡ ଘର । ଏକ କାଳୀନ ୬ଟି ଜାଗାରେ ଚାଲିଛି ଚଢ଼ାଉ । ଚଢ଼ାଉ ବେଳେ ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ ।