ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ହସ୍ତୀ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନଥିବାବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ ।
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡି ଏଫ୍ ଓ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀର ଗତି ବିଧି ଉପରେ ବନ ବିଭାଗ ସବୁ ବେଳେ ନଜର ରଖୁଥିବା କଥା କହୁଥିଲା ବେଳେ, ଏହି ହାତୀଟିର ମୃତ୍ୟୁ ପାଇଁ କିଏ ଦାୟୀ ।
ଆହୁରି ପଢନ୍ତୁ ଓଡିଶା ଖବର...