ତାକୁ ରାଜ୍ୟର ସମସ୍ତ ଓଡ଼ିଆ ପ୍ରେମୀ ବିରୋଧ କରିବାପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଷ୍ଟାଡିୟମର ବନୀକରଣକୁ ସଂଗଠନ ବିରୋଧ କରୁନାହିଁ। ମାତ୍ର ଐତିହ୍ୟ ସମ୍ପନ୍ନ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାକୁ ଆମେ ବିରୋଧ କରୁଛୁ।
ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ଅନ୍ୟ ଜାଗାରେ ଷ୍ଟାଡିୟମ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର ଅଂଶବିଶେଷ ହେଉଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଓଡ଼ିଶା ଅଲମ୍ପିକ ଆସୋସିଏସନର କର୍ମକର୍ତ୍ତାମାନଙ୍କ ମତାମତକୁ ଗ୍ରହଣ ନ କରିବା ଦ୍ବାରା ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହକ ଶୀ ନନ୍ଦ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର