ଆଇପିସିର ଦଫା ୪୯୮ ଏ, ୫୦୬, ୩୪୧ ଓ ୩୪ରେ ବି ମାମଲା ରୁଜ୍ଜୁ ହୋଇଛି । ଏ ସବୁ ହେଉଛି ସାଂସଦଙ୍କ କାରନାମା। ତଥାପି ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି।
ହେଲେ କ’ଣ ପାଇଁ ବିବାଦୀୟ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ?
କିଏ ଓ କାହିଁକି ତାଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ?
ନିକଟରେ ଅନୁଭବଙ୍କ ଏହି ସବୁ କଳା ଫର୍ଦ୍ଦ ସକାଶେ କାର୍ଯ୍ୟହରା ହେବାକୁ ପଡିଥିଲା। ଏକ ନିର୍ଦ୍ଦିଷ୍ଟ ଟିଭି ଚାନାଲରେ କରୁଥିବା ଶୋରୁ ତାଙ୍କୁ ତଡା ଖାଇବାକୁ ପଡିଥିଲା। ଏବେ ଏହି ଶୋ ସିଦ୍ଧାନ୍ତ ମହାପାତ୍ର ହୋଷ୍ଟ କରୁଥିବା ବେଳେ ଅନୁଭବ ହାତ ବାନ୍ଧି ବସିଛନ୍ତି।
ଏପଟେ ପତ୍ନୀଙ୍କ ସହ ଅଡୁଆ ସୂତାର ଖିଅ ମିଳୁନି। ସେପଟେ ଡିଅରେଷ୍ଟ ଫ୍ରେଣ୍ଡଙ୍କୁ ନେଇ ତାଚ୍ଛଲ୍ୟର ଶିକାର ହେଉଛନ୍ତି ବାଲୁଙ୍ଗା ଟୋକା। ଆଉ ଏହାରି ଭିତରେ ତାଙ୍କ ରାଜନୈତିକ କ୍ୟାରିଅର ବି ନଷ୍ଟ ହେବାକୁ ବସିଲାଣି। ତାଙ୍କ ପଛରେ ରୂପେଲି ପରଦାରୁ ରାଜନୀତି ମଇଦାନକୁ ଆସିଥିବା ବ୍ୟକ୍ତିମାନେ ସଫଳ ହେଉଥିବା ବେଳେ ଅନୁଭବ ଫେଲ ହେଉଛନ୍ତି।