ଆପଣ ଜୁମ୍ବା କଥା ଶୁଣିଥିବେ । ଏହା ଏକ ଡ୍ୟାନ୍ସ ଯାହା ଵ୍ୟାୟାମ କରାଯାଇଥାଏ । ମାତ୍ର ଆକ୍ବା ଜୁମ୍ବା ହେଉଛି ଏକ ଏଭଳି ଡ୍ୟନ୍ସ ଯାହା ପାଣି ଭିତରେ କରାଯାଏ । ପାଣି ଭିତରେ ଜୁମ୍ବା ଡ୍ୟାନ୍ସ କରିବା ଦ୍ବାରା ଅଧିକା କ୍ୟାଲେରି ନଷ୍ଟ ହୁଏ ବୋଲି କହିଛନ୍ତି ସ୍ବତନ୍ତ୍ର ପଶିକ୍ଷକ ଦେବରଞ୍ଜନ ଦାସ।
ୱାନ ଫିଟନେସ ଦ୍ବାରା ଏହା ପ୍ରଥମ କରି ଓଡ଼ିଶାରେ ଆରମ୍ଭ ହୋଇଛି ଆକ୍ବା ଜୁମ୍ବା। ପ୍ରାରମ୍ଭରେ ଏହା ରାଜଧାନୀ ଭୁବନେଶ୍ବରରେ ଖୋଲା ଯାଇଛି । ପରବର୍ତୀ ସମୟରେ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ୬୦ ଜଣ ପିଲା ଯୋଗ ଦେଇଥିଲେ । ଏହି ନୁଆ ଶୈଳୀରେ ଡ୍ୟାନ୍ସ କରି ବେସ ମଜା ନେଇଛନ୍ତି ପ୍ରତିଯୋଗୀ । ଜୁମ୍ବା ଶରୀର ପକ୍ଷରେ ହିତକର । ତେବେ ଆକ୍ବା ଜୁମ୍ବାର ଫଇଦା ମଧ୍ୟ ଶରୀର ପାଇଁ ଅନେକ ରହିଛି।