ସେହିପରି ଦ୍ବିତୀୟ ସେକ୍ସନର ବିଷୟ ବସ୍ତୁ ରହିଛି "ସ୍ବାସ୍ଥ୍ୟ ଏବଂ କଲ୍ୟାଣକାରୀ ସ୍ଥାନ ଭାବରେ ଭାରତର ଦକ୍ଷତା ଓ ପାରଦର୍ଶିତା ଅପର୍ଯ୍ୟାପ୍ତ" । ଏଥିରେ ଆଲୋଚନା ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସୋସିଏସନ ଅଫ ଡୋମେଷ୍ଟିକ ଟୁର ଅପରେଟରସ ଅଫ ଇଣ୍ଡିଆ (ADTOI)ର ଆକ୍ଟିଭ ମେମ୍ବର ମିଷ୍ଟର ପି.ପି ଖାନ୍ନା , ମେଡିକୋ ସ୍ପେସାଲିଷ୍ଟ ଡକ୍ଟର ଶିବାଶିଷ ଗିରି । ତୃତୀୟ ସେକ୍ସନର ବିଷୟ ବସ୍ତୁ ରହିଛି , "ଆଗାମୀ ଦିନରେ ୱେଡିଂ ଡେସଟିନେସନ ହେବ ଭାରତ । ଯେଉଁଥିବା ପାଇଁ ଆମକୁ ଆଜିର ଦିନରେ ସେତିକି ପ୍ରସୋସନ୍ ଓ ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର ରହିଛି ।" ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ପୂର୍ବତନ ସହ ନିର୍ଦ୍ଦେଶକ ଡକ୍ଟର ରତିକାନ୍ତ ପଟ୍ଟନାୟକ ତଥା ଅନ୍ୟ ପ୍ରମୁଖ ବ୍ୟକ୍ତି ବିଶେଷମାନେ ।
ଅଧିକ ପଢନ୍ତୁ : ଅର୍ଗସ ଓଡିଶା ହେଲ୍ଥ କନେକ୍ଟ ସିଜିନ-2, ଯୋଗ ଦେବେ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
ଭାରତର ପର୍ଯ୍ୟଟନର ବିକାଶ ତଥା ବିକଶିତ ଭାରତରେ ପର୍ଯ୍ୟଟନ ବ୍ୟବସ୍ଥାକୁ ଆହୁରି ସମୃଦ୍ଧ ଏବଂ ବିଶ୍ବସ୍ତରରେ ପରିଚିତ କରାଇବା ପ୍ରୟାସରେ ଅର୍ଗସ ତରଫରୁ ଏପରି କନକ୍ଲେଭ ଆୟଜନ କରାଯାଇଛି । ଏଥିରେ ଅର୍ଗସର ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଜେନା, ସିଇଓ ଶ୍ରୀ ପ୍ରକାଶ ସାହୁ ତଥା ଅର୍ଗସର କର୍ମୀମାନେ ଯୋଗ ଦେଇଛନ୍ତି ।