ଘଟଣାରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଥିଲେ । ଏନେଇ ଉଭୟ ପକ୍ଷରୁ ମନମୁଣ୍ଡା ଥାନାରେ ମାମଲା ଦାୟର ହୋଇଥିଲା । କିନ୍ତୁ ମନମୁଣ୍ଡା ପୋଲିସ ଏକପାଖିଆ ଭାବେ କେବଳ ବିଜୟୀ ସରପଞ୍ଚଙ୍କ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ପକ୍ଷର ଲୋକଙ୍କୁ ଗିରଫ କରିନଥିବା ଅଭିଯୋଗ ହୋଇଛି ।
ଆଜି ଏଭଳି କିଛି ଅଭିଯୋଗନେଇ ରକ୍ସା ପଂଚାୟତର ବିଭିନ୍ନ ଗାଁର ମହିଳା ମନମୁଣ୍ଡା ଥାନାକୁ ଦୀର୍ଘ ସମୟ ଧରି ଘେରାଓ କରିଥିଲେ । ପରେ ପୋଲିସ ପକ୍ଷରୁ ମହିଳାଙ୍କୁ ବୁଝାସୁଝା ସହ ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ପରେ ମହିଳାଂକ ଆନ୍ଦୋଳନ ହଟିଥିଲା ।