ଅର୍ଗସ ବ୍ୟୁରୋ: ରାଜଧାନୀରୁ ମାସକରେ ହୋଇଛି 7କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଫ୍ରଡ। 7 କୋଟି 6 ଲକ୍ଷ 33 ହଜାର 506ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। ସାମ୍ନା କୁ ଆସିଲା ଅକ୍ଟୋବରରେ ହୋଇଥିବା ସାଇବର ଠକେଇର ମାସିକ ରିପୋର୍ଟ । ଅକ୍ଟୋବରରେ 476ଟି ଫ୍ରଡ଼ କଲ ଆସିଥିଲା । ଏଥିରୁ 186 ଟି UPI ଫ୍ରଡ଼ ହୋଇଛି। 54ଟି କ୍ରେଡିଟ ଓ ଡେବିଟ କାର୍ଡ଼ ଜନିତ ଠକେଇ ହୋଇଛି । 40 ଲକ୍ଷ 73 ହଜାର ଟଙ୍କା ଫେରସ୍ତ କରିବାକୁ ସାଇବର ପୋଲିସ ସକ୍ଷମ ହୋଇଥିବାବେଳେ 1କୋଟି 75 ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ତେବେ ମାସକରେ ମୋଟ 72 ଟି ମାମଲା ରୁଜୁ ହୋଇଛି । ଯେଉଁଥିରେ 7 ଜଣ ଗିରଫ ହୋଇଛନ୍ତି ।