ମେଡିକାଲରେ ଆମ୍ବୁଲାନ୍ସ ମହଜୁଦ ନଥିବାରୁ ମେଡିକାଲ ପକ୍ଷ୍ୟରୁ ଗାଡି ପାଇଁ ମନା କରାଯାଇଥିଲା। ଏହାପରେ ପରିବାର ଲୋକ ଅନ୍ୟତ୍ର ଗାଡି ବ୍ୟବସ୍ତା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡି ଭଡ଼ା ମୁତାବକ ପାଖରେ ପଇସା ନଥିବାରୁ ଷ୍ଟ୍ରେଚରରେ ପ୍ରାୟ ୩କିଲୋମିଟର ଚାଲି ଚାଲି କାନ୍ଧେଇ ନିଜ ଗ୍ରାମ ମୂଷାକିଗୁଡା ପର୍ଯ୍ୟନ୍ତ ନେଇଥିଲେ । ଦିନ ବେଳା ମୁଖ୍ୟ ବଜାର ହୋଇ ଶବକୁ ଏଭଳି ଅବସ୍ଥାରେ ନିଆଯିବାକୁ ନେଇ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାରା ଦେଶ କରୋନା ମୁକାବିଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ନେଇ ଗୌରବାନ୍ୱିତ ମନେ କରୁଥିବା ବେଳେ ବୃଦ୍ଧାଙ୍କ ଶବକୁ ଏଭଳି ଭାବରେ ନିଆଯିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ମାନବିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏ ବାବଦରେ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ପାଣୁ ଚରଣ ମଣ୍ଡଳଙ୍କୁ ପଚାରିବାରୁ ମେଡିକାଲର ଆମ୍ବୁଲାନ୍ସ ଖରାପ ଥିବାରୁ ପରିବାର ଲୋକ ଗାଡି ଯୋଗାଡ଼ କରି ନପାରି ଶେଷରେ କାନ୍ଧରେ ଭାର କରି ନେଇଥିଲେ ବୋଲି କହିଛନ୍ତି।
ମୃତ୍ୟୁ ପରେ ଶବ ନେବାକୁ ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ପ୍ରାୟ ୩ କିଲୋମିଟର ବୋହି ଘରକୁ ନେଲେ ଶବ

ମାଲକାନଗିରି: ଶବକୁ ଅସମ୍ମାନ, ମୃତ୍ୟୁ ପରେ ସବ ନେବାକୁ ଗାଡି ନ ମିଳିବାରୁ ଷ୍ଟ୍ରେଚରରେ ପ୍ରାୟ ୩ କିଲୋମିଟର ଜଣେ ମହିଳା ଓ ପରିବାର ସଦସ୍ୟ ବୋହି ବୋହି ଘରକୁ ନେଲେ ଶବ । ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ମୁଖ୍ୟ ବଜାରରେ ଶବ କୁ ଅସମ୍ମାନ କରି ଷ୍ଟ୍ରେଚରରେ ବୁହାଯିବା ଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ସୂଚନା ମୁତାବକ, ମୂଷାକିଗୁଡା ଗ୍ରାମର ଜଣେ ବୃଦ୍ଧା ପଡିଆ ଡାକ୍ତରଖାନାରେ ଚିକିତ୍ସାବେଳେ କୌଣଷି କାରଣରୁ ମୃତ୍ୟୁ ବରଣ କରିଥିଲେ । ଏହାପରେ ବୃଦ୍ଧାଙ୍କ ଶବକୁ ଘର ପର୍ଯ୍ୟନ୍ତ ନେବାପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ ।
Download Argus News App
